ବାମହାତୀ ସ୍ପିନର ଦିଲୀପ ଦୋଷୀଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତୀୟ ଅଭିଜ୍ଞ ବାମହାତୀ ସ୍ପିନର ଦିଲୀପ ଦୋଷୀଙ୍କ ଲଣ୍ଡନରେ ପରଲୋକ ଘଟିଛି। ସେ ୭୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁରେ କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି। ଦିଲୀପ ତାଙ୍କ ପତ୍ନୀ କାଳିନ୍ଦୀ, ପୁଅ ନୟନ ଏବଂ ଝିଅ ବିଶାଖାଙ୍କୁ ଏକା ଛାଡି ଚାଲି ଯାଇଛନ୍ତି।
ପୂର୍ବତନ ବାମହାତୀ ସ୍ପିନର ଦିଲୀପ ଦୋଷୀ ୧୯୭୯ରୁ ୧୯୮୩ ମଧ୍ୟରେ ୩୩ ଟେଷ୍ଟ ଏବଂ ୧୫ ଦିନିକିଆରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ। ଦିଲୀପଙ୍କ ନାମ ସେହି ୯ଜଣ ଭାରତୀୟ କ୍ରିକେଟରଙ୍କ ତାଲିକାରେ ସାମିଲ ଅଛି ଯେଉଁମାନେ ନିଜର ଡେବ୍ୟୁ ‌ଟେଷ୍ଟ ମ୍ୟାଚରେ ୫ କିମ୍ବା ତା’ ଠାରୁ ଅଧିକ ଉଇକେଟ ନେବାରେ ସଫଳ ହୋଇଥିଲେ।

ବିସିସିଆଇ ସମେତ ଅନେକ କ୍ରୀଡ଼ା ବ୍ୟକ୍ତିତ୍ୱ ଦିଲୀପ ଦୋଷୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।ଦିଲୀପଙ୍କ ମୃତ୍ୟୁ ପରେ ଷ୍ଟାର ଖେଳାଳି ସଚିନ ତେନ୍ଦୁଲକର ଦୋଷୀଙ୍କୁ ମନେ ପକାଇ ତାଙ୍କ ସହ ସାକ୍ଷାତ ବିଷୟରେ ଉଲ୍ଲେଖ କରିଛନ୍ତି।

Spread the love