ବିହାର : ବୁଡ଼ିଲା କାଉଡିଆଙ୍କୁ ନେଇ ଯାଉଥିବା ଡଙ୍ଗା, ୨ ନିଖୋଜ, ୧୮ ଉଦ୍ଧାର

ବିହାର : ବିହାରର ପାଟନାର ଫତୁହା ଥାନା ଅଞ୍ଚଳରେ ଥିବା ପୁନପୁନ ନଦୀରେ ବୁଡ଼ିଲା ଡଙ୍ଗା । ଡଙ୍ଗା ବୁଡିବା ଯୋଗୁଁ ୨୦ ଜଣ ଲୋକ ବୁଡ଼ିଯାଇଥିଲେ । ଏଥିମଧ୍ୟରୁ ୧୮ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୨ ଜଣ ନିଖୋଜ ରହିଛନ୍ତି । ନିଖୋଜ ଥିବା ୨ ଜଣଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ବାରା ଖୋଜାଚାଲିଛି ।

ଖବର ମୁତାବକ, ଡଙ୍ଗାଟି ତ୍ରିବେଣୀ ସଙ୍ଗମକୁ ଯାଉଥିଲା । ଡଙ୍ଗାରେ ପାଖାପାଖି ୨୦ ଜଣ ଲୋକ ରହିଥିଲେ । ଏମାନଙ୍କ ମଧ୍ୟରେ ଅଧିକାଂଶ କାଉଡିଆ ଥିଲେ । ଡଙ୍ଗାଟି ବହୁତ ଛୋଟ ଥିବାବେଳେ ଲୋକ ସଂଖ୍ୟା ଅଧିକ ରହିଥିଲେ । ଡଙ୍ଗାରେ ଅଧିକ ଲୋକ ହେବାରୁ ହଠାତ୍ ସନ୍ତୁଳନ ହରାଇ ଡଙ୍ଗାଟି ଓଲଟି ପଡିଥିଲା । ଅନ୍ୟମାନେ ପହରିଁ କୂଳରେ ପହଞ୍ଚିଥିବା ବେଳେ ୨ ଜଣ ନିଖୋଜ ରହିଛନ୍ତି ।

Spread the love