ବୁର୍ଲା ଭିସୁଟ ଛାତ୍ରୀଙ୍କୁ ନିର୍ଯାତନା ଘଟଣା, ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ
ସମ୍ବଲପୁର: ବୁର୍ଲା ଭିସୁଟ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଜେଲ ଗଲା ଛାତ୍ର । ଅଭିଯୁକ୍ତକୁ ଗିରଫ କରି ବିଳମ୍ବିତ ରାତିରେ କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୋଗ ଅନୁସାରେ ଭିସୁଟର ଜଣେ ଛାତ୍ରୀଙ୍କୁ ଜଣେ ଶେଷ ବର୍ଷର ଛାତ୍ର ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ବିଟେକ ଶେଷ ବର୍ଷ ଜଣେ ଛାତ୍ରୀଙ୍କୁ ମଙ୍ଗଳବାର ଜଣେ ଛାତ୍ର ସମସ୍ତଙ୍କ ସମ୍ମୁଖରେ କ୍ଯାମ୍ପସ ବାହାରେ ମାଡ଼ ମାରିଥିଲେ ।
ଯାହାକୁ ନେଇ ଛାତ୍ରୀ ଜଣକ ବୁର୍ଲା ଥାନାରେ ଏକ ମାମଲା ରୁଜୁ କରିଥିଲେ । ଛାତ୍ରୀ ଜଣଙ୍କ ଅଭିଯୁକ୍ତ ଛାତ୍ର ରହୁଥିବା ଭଡ଼ା ଘରକୁ ଯାଇଥିଲେ । ସେଠାରେ ଉଭୟଙ୍କ ମଧ୍ଯରେ ଝଗଡା ହୋଇଥିଲା । ପରେ ଛାତ୍ରୀଙ୍କୁ ପ୍ରବଳ ମାଡ଼ ମାରିଥିଲେ ସଂପୃକ୍ତ ଛାତ୍ର । ପୂର୍ବରୁ ବିଶୃଙ୍ଖଳା ପାଇଁ ଛାତ୍ରଙ୍କୁ ହଷ୍ଟେଲରୁ ବାହାର କରାଯାଇଥିଲା ।
