ବୈତରଣୀରେ ଖସୁଛି ବନ୍ୟା ଜଳ, ବଢ଼ୁଛି ବିପନ୍ନଙ୍କ ଦୁର୍ଦ୍ଦଶା

ଯାଜପୁର: ବୈତରଣୀରେ ବନ୍ୟା ଜଳ ହ୍ରାସ ପାଉଥିବା ବେଳେ ବଢ଼ୁଛି ବିପନ୍ନଙ୍କ ଦୁର୍ଦ୍ଦଶା। ବିପନ୍ନମାନେ ଘରକୁ ଫେରି ଅଣ୍ଟା ସଳଖୁଛନ୍ତି । ଯାଜପୁର ବ୍ଲକ ପଣସା ପଞ୍ଚାୟତ ଆଙ୍କୁଲା ଗୋଚର ପଡ଼ିଆରେ ରହୁଥିବା ୨୦ ରୁ ଅଧିକ ପରିବାର ବନ୍ୟା ପାଣି କମିବା ପରେ ଘରକୁ ଫେରିଛନ୍ତି । ହେଲେ ବନ୍ୟା ସବୁ କିଛି ଭସାଇ ନେଇଛି ।

ସେପଟେ ମାଟି ଘରର କାନ୍ଥ ଭୁଶୁଡ଼ି ପଡ଼ିଛି, ଚୁଲି ଜଳୁନି । ଖାଇବାକୁ କିଛି ନାହିଁ । ଏବେ ଘର ସଜାଡିବାରେ ଲାଗିଛନ୍ତି ବିପନ୍ନ ପରିବାର। ଦୈନନ୍ଦିନ ଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏଭଳି କଠିନ ପରିସ୍ଥିତିରେ ବିପନ୍ନ ପରିବାରମାନେ ନିଜ ଘର ସଜାଡ଼ିବା ସହ ସାଧାରଣ ଜୀବନକୁ ଫେରାଇ ଆଣିବା ପାଇଁ ସଂଘର୍ଷ କରୁଛନ୍ତି ।

ଅନ୍ୟପଟେ ପୁଣିଥରେ ଘର ଗଢିତୋଳିବା ଏକ ପ୍ରକାର ବଡ଼ ଚ୍ୟାଲେଞ୍ଜ ପାଲଟିଛି । ତେଣୁ ସରକାରୀ ସହାୟତା ଓ ପୁନର୍ବାସ ସହଯୋଗକୁ ସେମାନେ ଆଶାର ସହ ଅପେକ୍ଷା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *