ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ୪ ଗୁରୁତର

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଫୁଟିଲା ବୋମା। ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ୪ ଗୁରୁତର। ଏୟାରଫିଲଡ ଥାନା ସୁନ୍ଦରପଦା ଆଜାଦ ନଗରରେ ବୋମା ବିସ୍ଫୋରଣ। ତିନିମହଲା କୋଠା ଉପରେ ବୋମା ଭିଡୁଥିବା ବେଳେ ବିସ୍ଫୋରଣ ହୋଇଥିଲା। ଏଥିରେ ପେଶାଦାର ଅପରାଧୀ ସେହନବାଜ ମଲ୍ଲିକ ସମେତ ୪ଜଣ ଗୁରୁତର ହୋଇଛନ୍ତି। ପ୍ରଥମେ ବାଣ ବିସ୍ଫୋରଣ ବୋଲି ସନ୍ଦେହ କରାଯାଉଥିଲା।

କିନ୍ତୁ ଘଟଣାସ୍ଥଳରେ ପୋଲିସ ଓ ଫରେନସିକ ପହଞ୍ଚି ଛାନଭିନ ପରେ ବୋମା ବିସ୍ଫୋରଣ ବୋଲି ସ୍ପଷ୍ଟ କରିଛନ୍ତି ଡିସିପି ଜଗମୋହନ ମୀନା। କୌଣସି ଅପରାଧିକ କାର୍ଯ୍ୟ ଘଟାଇବା ପାଇଁ ବୋମା ଭିଡୁଥିବା ବେଳେ ବିସ୍ଫୋରଣ ହୋଇଥିବା ସେ କହିଛନ୍ତି। ସୋହନବାଜ ମଲ୍ଲିକ ନାଁରେ ବିଭିନ୍ନ ଥାନାରେ ୭ଟି ମାମଲା ରହିଛି।

ବିସ୍ଫୋରଣରେ ସୋହନବାଜଙ୍କ ମା ଓ ଜଣେ ବାନ୍ଧବୀ ଓ ସହଯୋଗୀ ମଧ୍ୟ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପ୍ରଥମେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପରେ କଟକ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳ ଫରେନସିକ୍ ଟିମ୍ ନମୁନା ସଂଗ୍ରହ କରିଛି। ବମସ୍କ୍ବାଡ ମଧ୍ୟ ଛାନଭିନ କରିଛି। ତଦନ୍ତ ପରେ ପୋଲିସ ପରବର୍ତ୍ତୀ ଆକ୍ସନ ନିଆଯିବ ବୋଲି କହିଛନ୍ତି ଡିସିପି ।

Spread the love