ଭାରତ, ଆମେରିକା ଓ ପାକିସ୍ତାନର ଭାଗ୍ୟକୁ ନେଇ କଣ କହୁଛନ୍ତି ଜ୍ୟୋତିର୍ବିଦ୍ ?

ଗତ ମାର୍ଚ୍ଚ ୨୯ ତାରିଖରେ ଶନି ମୀନ ରାଶିରେ ପ୍ରବେଶ କରିବା ପରେ, ବିଶ୍ବ ରାଜନୀତିରେ ପରିବର୍ତ୍ତନ ଆସିଛି । ଏହା ପରେ, ଅଶୁଭ ଯୋଗ ଆରମ୍ଭ ହୋଇଥିଲା । ଯେଉଁଥିରେ ଶନି ଏବଂ ରାହୁଙ୍କ ସଂଯୋଗ, ପିଶାଚ ଯୋଗ, ଶନି-ମଙ୍ଗଳ ଏବଂ ରାହୁ-ମଙ୍ଗଳର ଷଡାଷ୍ଟକ ଯୋଗ ରହିଥିଲା । ପୁଣି ମଙ୍ଗଳ-କେତୁର କୁଞ୍ଜକେତୁ ଯୋଗ ଏବଂ ଖପ୍ପର ଯୋଗ ଥିଲା ସାମିଲ । ଯାହା ଦେଶ ଏବଂ ବିଶ୍ବରେ ଯୁଦ୍ଧକୁ ଉସୁକାଉଥିଲା, ଆଉ ଭାରତ-ପାକିସ୍ତାନ ଯୁଦ୍ଧ ହେଲା ବି । ଏଥି ସହ ଜାଣି ରଖନ୍ତୁ ଯେ, ଭୂମିକମ୍ପ ଏବଂ ବନ୍ୟା ଭଳି ଅନେକ ଘଟଣା ଓ ଦୁର୍ଘଟଣା ଘଟିଥିଲା । ଏହି ଯୋଗରେ, ଭାରତର ପହଲାଗାମରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ତା’ପରେ ହେଲା ଭାରତ-ପାକିସ୍ତାନ ଯୁଦ୍ଧ । ତେବେ ଭୟ ହେଉଛି ବର୍ତ୍ତମାନ୍ ମଧ୍ୟ ସମାନ୍ ଗ୍ରହ ଯୋଗ ରହିଛି ।

ଅପରେସନ ସିନ୍ଦୂର ପରେ, ଭାରତ ଏବେ ସ୍ପଷ୍ଟ କରିଦେଇଛି ଯେ ଯଦି ପାକିସ୍ତାନରୁ କୌଣସି ପ୍ରକାରର ଆତଙ୍କବାଦୀ ଆକ୍ରମଣ ହୁଏ, ତେବେ ଏହାକୁ ଯୁଦ୍ଧ ବୋଲି ବିବେଚନା କରାଯିବ । ଏଭଳି ପରିସ୍ଥିତିରେ ଆତଙ୍କବାଦୀ, ସେମାନଙ୍କର ପାଣ୍ଠି ଯୋଗାଉଥିବା ବ୍ୟକ୍ତି, ସେମାନଙ୍କର ମାଲିକ, ସମସ୍ତଙ୍କୁ ସମାନ ଭାବରେ ବିବେଚନା କରାଯିବ । ଏହା ସହିତ, ପାକିସ୍ତାନ ମଧ୍ୟ ତାର ରଣନୀତି ବଦଳାଇଛି । ଆମେରିକା ସହ ଯୋଡ଼ି ହୋଇ ଯାଇଛି ନିଜ ସୁରକ୍ଷା ପାଇଁ । ଏବେ ଖୋଲାଖୋଲି ଭାବରେ ପାକିସ୍ତାନର ସମର୍ଥନରେ ଆସିଛି ଆମେରିକା । ପାକିସ୍ତାନରେ ଇମ୍ରାନ ସରକାରକୁ ହଟାଇ ପରୋକ୍ଷରେ ନିଜର ଏକ ସରକାର ସ୍ଥାପନ କରିଛି ବୋଲି କୁହାଯାଉଛି । ଏପଟେ ବାଂଲାଦେଶରେ ମଧ୍ୟ ସମାନ କାମ କରି ଭାରତର ବିରୋଧୀ ହୋଇଛି ।

ବର୍ତ୍ତମାନ ଅମେରିକାର କୁଣ୍ଡଳୀରେ ରାହୁ ଏବଂ ବୁଧ ପଞ୍ଚମ ଘରେ କର୍କଟ ରାଶିରେ ସଂଯୋଗରେ ଅଛନ୍ତି । କନ୍ୟା ରାଶିର ଶନି ସପ୍ତମ ଘରେ ଅଛନ୍ତି । ମକର ରାଶିର ଚନ୍ଦ୍ର କେତୁ ସହିତ ଏକାଦଶ ଘରେ ଅଛନ୍ତି । ମିଥୁନ ରାଶି ଏବଂ ଚତୁର୍ଥ ଘରେ ଶୁକ୍ର, ମଙ୍ଗଳ, ସୂର୍ଯ୍ୟ ଏବଂ ବୃହସ୍ପତିଙ୍କ ସଂଯୋଗ ଅଛି । ଆହୁରି ମଧ୍ୟ ଜାଣି ରଖନ୍ତୁ ଯେ, ଆମେରିକାର କୁଣ୍ଡଳୀରେ, ରାହୁଙ୍କ ମହାଦଶା ୨୨ ଜାନୁଆରୀ ୨୦୨୨ରୁ ଆରମ୍ଭ ହୋଇଛି ଯାହା ୨୦୪୦ ପର୍ଯ୍ୟନ୍ତ ଜାରି ରହିବ । ଏହି ସମୟ ମଧ୍ୟରେ, ସେ ପରାଜୟର ସମ୍ମୁଖୀନ ହେବେ । ତାର ସମସ୍ତ ଯୋଜନା ବିଫଳ ହେବ ।

ଅନ୍ୟପକ୍ଷରେ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ଜାତକ ବଡ଼ ଟାଣ । ତାଙ୍କ ଲଗ୍ନରେ ମଙ୍ଗଳ ଓ ଚନ୍ଦ୍ରଙ୍କ ସଂଯୋଗ ରହିବା ସହ ଏମାନେ ବିଛା ରାଶିରେ ଅଛନ୍ତି । ଷଷ୍ଠ ଘରେ ମେଷ ଥିବାରୁ ଶତ୍ରୁ ସଂହାର ଯୋଗ ରହିଛି । ତେଣୁ ମୋଦିଙ୍କୁ ତାଙ୍କ ଶତ୍ରୁମାନେ କେବେବି ହରାଇ ପରିବେନି ଓଲଟି ହାରିବେ । ମଉକା ପାଇବା ମାତ୍ରେ ମୋଦି ନିଜ ଶତ୍ରୁକୁ ସଂହାର କରିବେ । କେବଳ ଦୁଇ ପ୍ରକାର ବ୍ୟକ୍ତି ତାଙ୍କ ଠାରୁ ବର୍ତ୍ତି ପାରିବେ । ଯଦି ତାଙ୍କ କୁଣ୍ଡଳୀରେ ଶତ୍ରୁ ସଂହାର ଯୋଗ ଥିବ ନଚେତ ବ୍ୟକ୍ତି ଜଣକ ଆଧ୍ୟାତ୍ମିକ ଶକ୍ତିରେ ଭରପୂର ଥିବେ । ପୂର୍ବରୁ ମୋଦିଙ୍କ ଶତ୍ରୁ ତାଲିକାରେ ଥିବା ସମସ୍ତ ବ୍ୟକ୍ତି ପରାଜିତ ହୋଇ ସାରିଛନ୍ତି । ଏବେ ନୂଆ ନାଁ ଯୋଡ଼ି ହୋଇଛି, ଡୋନାଲଡ ଟ୍ରମ୍ପ୍ । ଦେଖିବାର କଥା କି ଆଗକୁ କଣ ହେଉଛି କାହାର ?

ସେହିପରି ପାକିସ୍ତାନର ସମୟ ମଧ୍ୟ ଭଲ ନାହିଁ । କନ୍ୟା ରାଶିରେ ମଙ୍ଗଳର ପ୍ରବେଶ ପରେ ସମସପ୍ତକ ଯୋଗ ସୃଷ୍ଟି ହୋଇଛି । ଯାହା ସେପଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ରହିବ । ଶନି ଓ ମଙ୍ଗଳ ମୁହାଁମୁହିଁ ସ୍ଥିତିରେ ଯୁଦ୍ଧ, ଭୂମିକମ୍ପ, ଆଗ୍ନେୟଗିରି ଉଦଗୀରଣ ଭଳି ସ୍ଥିତି ଉପୁଜିଥାଏ । ଯାହା ଏବେ ଦେଖା ଯାଉଛି । ତେବେ ସେପଟେମ୍ବର ୧୩ ପରେ ଆହୁରି ଖରାପ ସମୟ ଆସୁଛି । ସେତେବେଳେ ଶନି ଓ ମଙ୍ଗଳ ଭିତରେ ଷଡ଼ାଷ୍ଟକ ଯୋଗ ହେବ । ସେପଟେମ୍ବର ୭ରେ ଚନ୍ଦ୍ର ଗ୍ରହଣ ଏବଂ ସେପଟେମ୍ବର ୨୧ରେ ସୂର୍ଯୋପରାଗ ହେବ । ଏହା ମଧ୍ୟ ଯୁଦ୍ଧ, ଭୂମିକମ୍ପ, ବାତ୍ୟା ଭଳି ସ୍ଥିତି ଆଣେ । ଜ୍ୟୋତିର୍ବିଦଙ୍କ ଗଣନା ଅନୁଯାୟୀ ସେପଟେମ୍ବର ୭, ସେପଟେମ୍ବର ୨୧, ଅକଟୋବର ୧୮, ଡିସେମ୍ବର ୫ ଏବଂ ୨୦୨୬ ଜୁନ୍ ୨ ତାରିଖ ପରେ ଯୁଦ୍ଧ ହୋଇ ପାରେ ।

କୁହାଯାଉଛି କି ୨୦୨୭ ଜୁନ୍ ୩ ବେଳକୁ ମହାଯୁଦ୍ଧର ସମ୍ଭାବନା ରହିଛି । ଭାରତୀୟ ରାଜନୀତୀରେ ସେତେବେଳେ ବଡ଼ ପରିବର୍ତ୍ତନ ହେବ । ୨୦୨୭ ମେ ମାସରୁ ୨୦୨୮ ଜୁଲାଇ ମାସ ପର୍ଯ୍ୟନ୍ତ ଭାରତୀୟ ସୀମାରେ ଅଶାନ୍ତି ଦେଖାଦେବ । ହେଲେ ସେତେବେଳକୁ ପାକିସ୍ତାନ ଆଉ ବିଶ୍ବ ମାନଚିତ୍ରରେ ନଥିବ । କାରଣ ଅନେକ କୁକର୍ମ ଓ ପାପ କର୍ମ କରିଥିବାରୁ ଶନିଙ୍କ ଦଣ୍ଡ ଭୋଗିବ । ତେବେ ଏ ସବୁ ହିସାବ ଇଣ୍ଟରନେଟରେ ମିଳୁଥିବା ସୂଚନା ଅନୁସାରେ କରାଯାଇଛି । ଏଭଳି କିଛି କଥା ଦାବି କରିବା ଅଯୌକ୍ତିକ ହେବ ।

Spread the love