ମକର ସଂକ୍ରାନ୍ତି, ପୋଙ୍ଗଲ ଏବଂ ମାଘ ବିହୁର ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମଗ୍ର ଦେଶବାସୀଙ୍କୁ ମକର ସଂକ୍ରାନ୍ତି, ପୋଙ୍ଗଲ ଏବଂ ମାଘ ବିହୁର ଶୁଭକାମନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଅଲଗା ଅଲଗା ପତ୍ର ଲେଖି ଶୁଭକାମନା ଜଣାଇଛନ୍ତି ।
ଏହାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଛନ୍ତି । କେନ୍ଦ୍ରମନ୍ତ୍ରୀ ଏଲ୍. ମୁରୁଗନଙ୍କ ଦିଲ୍ଲୀ ଘରେ ପୋଙ୍ଗଲ ପାଳିବା ସହ ପୂଜାର୍ଚ୍ଚନା କରିଛନ୍ତି । ଏପରିକି କିଛି ଗାଈମାନଙ୍କୁ ଖାଇବାକୁ ମଧ୍ୟ ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ପୋଙ୍ଗଲ ଏକ ବିଶ୍ୱସ୍ତରୀୟ ପର୍ବ ପାଲଟିଛି । ସାରା ବିଶ୍ୱରେ, ତାମିଲ ସମ୍ପ୍ରଦାୟ ଏବଂ ତାମିଲ ସଂସ୍କୃତିକୁ ପ୍ରଶଂସା କରୁଥିବା ଲୋକମାନେ ପୋଙ୍ଗଲକୁ ବହୁତ ଉତ୍ସାହର ସହିତ ପାଳନ କରନ୍ତି । ମୁଁ ସେମାନଙ୍କ ମଧ୍ୟରୁ ଜଣେ ହୋଇଥିବାରୁ ଗର୍ବିତ । ତାମିଲ୍ ସଂସ୍କୃତି ପୁରାତନ ସଂସ୍କୃତି ଏବଂ ପୂରା ବିଶ୍ବକୁ ବାଟ ଦେଖାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ଧନ୍ୟବାଦ ଜଣାଇବା ସହିତ ପର୍ବ ଚାଷୀଙ୍କ ପରିଶ୍ରମ ସହିତ ଜଡିତ । ଚାଷୀ ସଂପୂର୍ଣ୍ଣ ଦେଶକୁ ଶସ୍ୟ ଯୋଗାଉଛନ୍ତି । ସଂକ୍ରାନ୍ତି ଆମକୁ ଭବିଷ୍ୟ ଏବଂ ଆତ୍ମବିଶ୍ବାସ ଏବଂ ଖୁସି ଦେବାରେ ପ୍ରେରଣା ଦେଇଥାଏ । ସମସ୍ତଙ୍କ ସମୃଦ୍ଧି , ଭଲ ସ୍ବାସ୍ଥ୍ୟ ଏବଂ ସୁଖ କାମନା କରିଛନ୍ତି ।
ସେହିପରି ମାଘ ବିହୁ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
