ମହାନଦୀରେ ଫସିଲେ ୧୭ ଟିକିଆ ହାତୀପଲ

ବାଙ୍କୀ : ମହାନଦୀରେ ଫସିଲେ ୧୭ ଟିକିଆ ହାତୀପଲ ।  ମହାନଦୀ ଭଗିପୂର୍ ଘାଟଠାରେ ଫସିଛନ୍ତି ହାତୀପଲ । ଗତକାଲି ରାତିରେ ମହାନଦୀ ପାର ହେଉଥିବା ଫସି ରହିଛନ୍ତି । ଆଠଗଡ଼ ସୁକାଶନ୍ ଜଙ୍ଗଲରୁ ଚନ୍ଦକା ଡମପଡ଼ା ଅଭୟାରଣ୍ୟକୁ ଯିବା ପାଇଁ ହାତୀପଲ ମହାନଦୀ ପାର୍ ହେଉଥିଲେ ।  ହେଲେ ମହାନଦୀ ପାଣିର ସ୍ରୋତ ଅଧିକ ଥିବାରୁ ଫସିଗଲେ ହାତୀପଲ ।  ମହାନଦୀରେ ପାଣି ସ୍ରୋତ ଜୋର୍ ଥିବାରୁ ମହାନଦୀ ଭଗିପୂର୍ ଘାଟଠାରେ ଫସି ରହିଛନ୍ତି ୧୭ ଟିକିଆ ହାତୀ ପଲ ।  ଡମପଡ଼ା ଚନ୍ଦକା ବନ ବିଭାଗ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଛି ।

ସେହିପରି ଗତକିଛି ଦିନ ତଳେ ବାଙ୍କୀ କୁଶପଙ୍ଗି ନିକଟ ମହାନଦୀ ପଠାରେ ଫସିଥିଲେ ୧୫ରୁ ଅଧିକ ଗାଈ ।  ମହାନଦୀ ପଠାକୁ ଚରିବାକୁ ଯାଇଥିବାବେଳେ ହଠାତ୍ ନଦୀ ଜଳସ୍ତର ବଢିଯାଇଥିଲା । ଚାରିପଟେ ପାଣି ହୋଇଯାଇଥିବାରୁ ଆଉ ଆସିପାରିନଥିଲେ ।  ଏବେବି ୧୫ରୁ ଅଧିକ ଗାଈ ଫସିରହିଛନ୍ତି ।  ଡମପଡା ଅଗ୍ନିଶମବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Spread the love