ମାଉଜର ଦେଖାଇ ୧୫ କେଜି ରୁପା ଅଳଙ୍କାର ଲୁଟ୍
ପୋଲସରା : ମାଉଜର ଦେଖାଇ ୧୫ କେଜି ରୁପା ଅଳଙ୍କାର ଲୁଟ୍ । ବ୍ୟବସାୟୀଙ୍କୁ ମାଉଜର ଦେଖାଇ ୧୫ କେଜି ରୁପାଅଳଙ୍କାର ଲୁଟ୍ ଅଭିଯୋଗ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ମୋହନାପଲ୍ଲୀ ଛକ ନିକଟରେ ବନ୍ଧୁକ ମୁନରେ ଜଣେ ବ୍ୟବସାୟୀଙ୍କ ଠାରୁ ବିପୁଳ ପରିମାଣର ରୁପା ଅଳଙ୍କାର ଲୁଟ ହୋଇଥିବା ଅଭିଯୋଗ ହୋଇଛି । ବ୍ୟବସାୟୀ ଜଣକ ପୁରୁଷୋତ୍ତମପୁର ଅଞ୍ଚଳର ବେଲା ସେନାପତି ।
ସେ ଗୋଟିଏ ବାଇକରେ ପ୍ରାୟ ୧୫ କେଜି ଓଜନର ବିଭିନ୍ନ ପ୍ରକାର ରୂପା ଅଳଙ୍କାର ନେଇ ମୋହନାପଲ୍ଲୀ ଗାଁକୁ ବ୍ୟବସାୟ ପାଇଁ ଯାଉଥିଲେ । ରାସ୍ତାରେ ୩ ଜଣ ଯୁବକ ଗୋଟିଏ ବାଇକରେ ପିଛାକରୀ ମୋହନାପଲ୍ଲୀ ଛକ ନିକଟରେ ବାଇକକୁ ଅଟକାଇବା ମଉଜର ଦେଖାଇ ଆକ୍ରମଣ କରିଥିଲେ । ରୁପା ଅଳଙ୍କାର ଲୁଟ କରି ଚମ୍ପଟ ମାରିଥିଲେ । ଘଟଣାକୁ ନେଇ ବ୍ୟବସାୟୀ ଜଣକ କବିସୂର୍ଯ୍ୟନଗର ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଲୁଟରେ ସମ୍ପୃକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି କବିସୂର୍ଯ୍ୟନଗର ଥାନା ପୋଲିସ ।
