ମାଞ୍ଜା ସୁତାରେ ରାଜଧାନୀର ଜଣେ ଯୁବକ ଆହତ, ବେକ କଟିବା ପରେ ଆକ୍ସନ ମୁଡ଼ରେ ପୋଲିସ
ଭୁବନେଶ୍ୱର : ମାଞ୍ଜା ସୁତାରେ ରାଜଧାନୀର ଜଣେ ଯୁବକ ଆହାତ। ବେକ କଟିବା ପରେ ଆକ୍ସନ ମୁଡ଼ରେ ପୋଲିସ । ଏକ ନମ୍ବର ମାର୍କେଟରେ ଚଢ଼ାଉ କରିଛି କମିଶନରେଟ୍ ପୋଲିସ । ଜୋନ ୧ଏସିପିଙ୍କ ନେତୃତ୍ବରେ ଏଭଳି ଚାଇନା ସୁତା ବା ମାଞ୍ଜା ସୁତା ବିକ୍ରି ନେଇ ଯାଞ୍ଚ ହୋଇଛି । ବୁଲି ବୁଲି ମାର୍କେଟର ଅନେକ ଗୁଡି ଦୋକାନ ଓ ଗୋଦାମ ଯାଞ୍ଚ କରୁଛନ୍ତି । ଯେହେତୁ ମାଞ୍ଜା ସୁତା ବିକ୍ରି ପାଇଁ କଟକଣା ରହିଛି । ଜୀବନ ବିପଦରେ ପଡୁଛି ତେଣୁ ଏସବୁ ବିକ୍ରି ଉପରେ ରୋକ ଲଗାଇବାକୁ ଏଭଳି ଯାଂଚ ଚାଲିଛି।ସେଭଳି କିଛି ସୁତା ସାମ୍ନା ଆସିନାହିଁ । ଖାଲି ସୁତା ବିକ୍ରି ହେଉଛି ବୋଲି କହିଛନ୍ତି ଜୋନାଲ ଏସିପି।
