ମାଟିତଳୁ ମିଳିଲା ସୁଭମିତ୍ରାଙ୍କ ମୃତଦେହ, ଅଭିଯୁକ୍ତ ଦୀପକ ରାଉତକୁ ଗିରଫ କଲା ପୋଲିସ

ଭୁବନେଶ୍ୱର : ଲେଡି କନେଷ୍ଟବଳ ହତ୍ୟା ମାମଲାରେ କ୍ରାଇମ ସ୍ପଟରେ ଡେମୋ ଦେଖାଇଲା ଅଭିଯୁକ୍ତ ଦୀପକ ରାଉତ ।  ଘଟଗାଁରେ ମୃତଦେହ ପୋତିଥିବା ସ୍ଥାନରେ କ୍ରାଇମସିନ ରିକ୍ରିଏସନ କଲା ପୋଲିସ। ସେପ୍ଟେମ୍ବର ୭ରେ ନିଖୋଜ ନେଇ ଅଭିଯୋଗ ହୋଇଥିଲା ।  କନେଷ୍ଟବଳ ଦୀପକ ରାଉତଙ୍କ ସହ ଶୁଭମିତ୍ରାଙ୍କ କୋର୍ଟ ମ୍ୟାରେଜ ହୋଇଥିଲା ।

ମହିଳା କନେଷ୍ଟବଳଙ୍କ ନିକଟରୁ ୧୦ ଲକ୍ଷ ନେଇଥିଲା ଅଭିଯୁକ୍ତ ଦୀପକ ।  ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଥିଲା । ଟଙ୍କାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ।  ଅଭିଯୁକ୍ତ ଦୀପକର ପଲିଗ୍ରାଫ ଟେଷ୍ଟ ହୋଇଛି ।

ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ଜଣାପଡ଼ିବ। ସେପଟେ ସାମ୍ନାକୁ ଆସିଲା କୋର୍ଟ ମ୍ୟାରେଜ ସାର୍ଟିଫିକେଟ ।  ୨୦୨୪ ଜୁଲାଇରେ ବିବାହ କରିଥିବା ସାର୍ଟିଫିକେଟରେ ଜଣାପଡିଛି । ଏହା ସହ ହତ୍ୟାରେ ଅଭିଯୁକ୍ତ ଦୀପକର ମାଉସୀ ପୁଅର ସମ୍ପୃକ୍ତି ଥିବା ମଧ୍ୟ ସୂଚନା ମିଳିଛି ।  ହତ୍ୟା ପରେ କେନ୍ଦୁଝରର ଏକ ଜଙ୍ଗଲରେ ମୃତଦେହକୁ ପୋତିଦେଇଥିଲେ ।

ମୃତଦେହ ନେଇଥିବା କାରକୁ ଜବତ କରାଯାଇଛି ।  ବୁଲାଇ ନେବା ବାହାନାରେ ମର୍ଡର କରିଥିଲା ଅଭିଯୁକ୍ତ ।  ଭୁନେଶ୍ବରରେ ହତ୍ୟା ପରେ ମୃତଦେହକୁ ଏକ କାରରେ ନେଇ ଘଟଗାଁର ଜଙ୍ଗଲରେ ପିଙ୍ଗିଦେଇଥିଲା ।  ଗତ ୬ ତାରିଖରୁ ନିଖୋଜ ଥିଲେ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁ। କନଷ୍ଟେବଳ ନିଖୋଜ ପରଠୁ ସଂଦେହ ଘେରରେ ଥିଲା ଦୀପକ ।  ପୋଲିସ ସେବା ଭବନରେ ଆକାଉଣ୍ଟ ଡିପାର୍ଟମେଣ୍ଟରରେ କାର୍ଯ୍ୟ କରେ ଦୀପକ। ପୂର୍ବରୁ ନିଖୋଜ ନେଇ ପୋଷ୍ଟର ଜାରି କରିଥିଲା ପୋଲିସ।

କ୍ୟାପିଟାଲ ଥାନାରେ ରିପୋର୍ଟ ଦେଇଥିଲେ ବାପା ଓ ମାଆ।  କ୍ୟାପିଟାଲ ଥାନା ପୋଲିସ ଏକ ମିସ କେସ ରୁଜୁ କରି ତନାଘନା ଜାରି ରଖିଥିଲା ।  ମୃତଦେହର ପରିଚୟ ପାଇଁ ପୋଷ୍ଟର ରିଲିଜ୍ କରି ପରିଚୟ ଦେଲେ ୨୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

Spread the love