ଯାତ୍ରୀବାହୀ ବସ୍ କୁ ପଛପଟୁ ଧକ୍କା ଦେଲେ ଟ୍ରକ, ୨୦ରୁ ଅଧିକ ଆହତ

ଜଳେଶ୍ୱର : ଯାତ୍ରୀବାହୀ ବସ୍ କୁ ପଛପଟୁ ଧକ୍କା ଦେଲେ ଟ୍ରକ । ଫଳରେ ଭାରସାମ୍ୟ ହରାଇ ଓଲଟି ପଡିଲା ୪୦ରୁ ଊର୍ଦ୍ଧ୍ୱ ଥିବା ଯାତ୍ରା ବାହୀ ବସ୍ । ୨୦ ରୁ ଅଧିକ ଯାତ୍ରୀ ଆହତ ହୋଇ ପ୍ରାଥମିକ ଚିକିତ୍ସା ପାଇଁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁଯାୟୀ ଗୀତଞ୍ଜଳି ନାମକ ଘରେଇ ବସ୍ ଭୋଗରାଇରୁ ଭାୟା ଜଳେଶ୍ଵର ଦେଇ ବାରିପଦା ଜିବା ସମୟରେ ୬୦ ନମ୍ବର ଜାତୀୟ ରାଜପଥର ଚାଲନ୍ତି ଛକ ନିକଟରେ ୟୁ ଟର୍ନ ମାରିବା ସମୟରେ ପଛପଟୁ ଟ୍ରକ ଧକ୍କା ଦେଇଥିଲା ।  ଭାରସାମ୍ୟ ହରାଇ ବସ୍ ଟି ଓଲଟି ପଡିଥିଲା । ବସ୍ ରେ ୪୦ ରୁ ଅଧିକ ଯାତ୍ରୀ ଥିବା ବେଳେ ସ୍ଥାନୀୟ ଲୋକ ମାନେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏଥିରେ ୨୦ରୁ ଅଧିକ ଗୁରୁତରଙ୍କୁ ଜଳେଶ୍ଵର ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ର ଭର୍ତ୍ତି କରାଯାଇଛି।  ଘଟଣାସ୍ଥଳରେ ଜଳେଶ୍ବର ପୋଲିସ ପହଞ୍ଚି ତଦନ୍ତ କରୁଛି ।

Spread the love