ରହସ୍ୟଘେରରେ ହ୍ୟୁମାନଙ୍କ ମୃତ୍ୟୁ ଘଟଣା ; ଆଗେଇ ପାରୁନି ତଦନ୍ତ
କଣ୍ଠଶୀଳ୍ପୀ ହୁମ୍ୟାନ ସାଗରଙ୍କ ମୃତ୍ୟୁକୁ ଏହା ଭିତରେ ୪ ମାସ ବିତିଛି । ହେଲେ ତଦନ୍ତ ପ୍ରକ୍ରିୟା ଆଗକୁ ବଢୁପାରୁନି । ତାଙ୍କର ଅସୁସ୍ଥତାକାରଣ ଏବଂ ଆକସ୍ମିକ ମୃତ୍ୟୁକୁ ନେଇ ସନ୍ଦେହ ଲାଗି ରହିଛି । କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ତାର ଉପଯୁକ୍ତ ତଦନ୍ତ କରି ସେଥଇପାଇଁ ଦୀୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ତାଙ୍କ ମା ସେଫାଳି ସୁନା ଗତ ଡିସେମ୍ବର ୨୧ ତାରିଖରେ ମର୍କତନଗର ଥାନାରେ ଏତଲା ଦେଇଥିଲେ । ଏତଲା ଦେବାର ୪ମାସରୁ ଅଧିକ ସମୟ ହେଲାଣି ହେଲେ ପୁଲିସର ତଦନ୍ତ ପାଦେ ବି ଆଗେଇପାରିନାହିଁ । ବୋହୁ ଶ୍ରୀୟା ମିଶ୍ର, ତାଙ୍କ ପରିବାର, ଚିକିତ୍ସା କରୁଥିବା ଡାକ୍ତର ଶୁଭେନ୍ଦୁ ମିଶ୍ର, ସହ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ, ତାଙ୍କ ପରିବାର, ସଂଗତ ନିର୍ଦ୍ଦେଶକ ସୋମେଶ ଶତପଥି, ମ୍ୟାନେଜର ଦିନେଶ ବେହେରା, ମ୍ୟାନେଜର ଏମଡି ଆବିଦ, ମ୍ୟାନେଜର ପ୍ରଶାନ୍ତ ବେହେରା, ସହଯୋଗୀ ଲୁଲୁ ମହାନ୍ତି, ଜଗଦୀଶ ମହାନ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ହ୍ୟୁମାନଙ୍କ ମା ଏତଲା ଦେଇଥିଲେ । ପରେ ପୁଲିସ ୩ ଜଣଙ୍କୁ ନୋଟିସ୍ ଦିଆଯାଇଛି ।
ଏବେ ପ୍ରଶ୍ନ ଉଠୁଛି–
କାହିଁକି ଆଗେଇପାରୁନି ତଦନ୍ତ ପ୍ରକିୟା?
କେଉଁଠି ରହୁଛି ଅସୁବିଧା?
ହ୍ୟୁମାନ୍ଙ୍କ ମା’ଙ୍କ ଏତଲାକୁ କାହିଁକି ଗୁରୁତ୍ବ ଦେଉନି ମର୍କତ ନଗର ପୁଲିସ?
କାହିଁକି ଚୁପ୍ ବସିଛି ପୁଲିସ?
କିଛି ବ୍ୟକ୍ତିଙ୍କୁ କେବଳ ନୋଟିସ୍ ଦେଇ କାହିଁକି ଚୁପ୍ ବସିଛି ପୁଲିସ?
ହ୍ୟୁମାନ୍ଙ୍କ ମୃତ୍ୟୁ ରହସ୍ୟ ଖୋଲିବାକୁ ଆଉ କେତେ ଦିନ ଲାଗିବ?
କିଏ ସାଜୁଛି ବାଧକ, ପୁଲିସ ଉପରେ ରହୁଛି କି କିଛି ଚାପ?
