ରାଜନାଥଙ୍କ ରଣହୁଙ୍କାର: ଆମ ଧୈର୍ଯ୍ୟର ପରୀକ୍ଷା ନେଲେ ଭୟଙ୍କର ପରିଣାମ ଭୋଗିବାକୁ ପଡିବ…
ନୂଆଦିଲ୍ଲୀ: ପାକିସ୍ତାନକୁ ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । କହିଲେ ଆମ ଧୈର୍ଯ୍ୟର ପରୀକ୍ଷା ନେଲେ ଭୟଙ୍କର ପରିଣାମ ଭୋଗିବାକୁ ପଡିବ । ଅପରେସନ ସିନ୍ଦୂର ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୟାନ । ଭାରତୀୟ ସେନାର ବିଜୟ ହୋଇଛି । ଗତକାଲି ସାରା ବିଶ୍ବ ଭାରତୀୟ ସେନାର ଶକ୍ତି ଦେଖିଲା । ‘ଅପରେସନ ସିନ୍ଦୂର’ର ପରିଚାଳନା ଅବର୍ଣ୍ଣନୀୟ, ଏହାର ପରିଚାଳନା ପରିକଳ୍ପନା ବାହାରେ ।
ତେବେ ଆମେ ଅପରେସନ ସିନ୍ଦୂରରେ ୯ ଆତଙ୍କୀ ଠିକଣା ଧ୍ବଂସ କରିଛୁ । ଯେଉଁଥିରେ ଅନେକ ସଂଖ୍ୟାରେ ଆତଙ୍କବାଦୀଙ୍କ ନିପାତ ହୋଇଛି । ଅପରେସନରେ ନିରୀହ ଲୋକଙ୍କୁ ଟାର୍ଗେଟ୍ କରାଯାଇନି । ଆତଙ୍କୀ ଆଡ୍ଡା ନଷ୍ଟ ପାଇଁ ସବୁ ଟାର୍ଗେଟ୍ ସଫଳ ହୋଇଛି । ଉନ୍ନତମାନର ଯୁଦ୍ଧାସ୍ତ୍ର ଓ ସେନାର ସାହସ ପାଇଁ ଅପରେସନ ସଫଳ ହୋଇଥିବା ରାଜନାଥ କହିଛନ୍ତି । ଅପରେସନ ସିନ୍ଦୂର ସରିନି, ଏବେବି ଜାରି ରହିଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ସେପଟେ ଆଜି ବି ପାକିସ୍ତାନ ଉପରେ ଭାରତର ଆକ୍ରମଣ ଜାରି ରହିଛି । ପାକିସ୍ତାନର ବିଭିନ୍ନ ସ୍ଥାନରେ ଭାରତ ପକ୍ଷରୁ ଡ୍ରୋନ୍ ମାଡ ହୋଇଛି । ଯେଉଁଥିରେ ଭୟଭୀତ ହୋଇଛି ପାକିସ୍ତାନ । ରାୱଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମରେ ଡ୍ରୋନ୍ ଆକ୍ରମଣ ଭାରତ ପକ୍ଷରୁ କରାଯାଇଛି । ପାକିସ୍ତାନ ସୁପର ଲିଗ୍ ପୂର୍ବରୁ ଡ୍ରୋନ୍ ଆକ୍ରମଣ ହୋଇଛି । ଆଜି ରାତି ୮ଟାରେ ଆରମ୍ଭ ହୋଇଥାନ୍ତା ପିଏସଏଲ । ତା ପୂର୍ବରୁ ଆକ୍ରମଣ କରିଛି ଭାରତ। ଯେଉଁଥିରେ ରାୱଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମ କ୍ଷତିଗ୍ରସ୍ତ ହୋଇଛି ।