ଲଟେରି କିଣି ଜିତିଲେ ୨୪୦ କୋଟି ଟଙ୍କା, ଭାଗ୍ୟ ବଦଳାଇ ଦେଲା ଲକି ନମ୍ବର
ଭୁବନେଶ୍ବର: ଅକ୍ଟୋବର ୧୮ ତାରିଖରେ ହୋଇଥିବା ଲକି ଡ୍ରରେ ୮୮ ଲକ୍ଷ ଲୋକଙ୍କୁ ପଛରେ ପକାଇ ଲଟେରି ଜିତିଛନ୍ତି ଅନୀଲ । ୨୩ତମ ଲକି ଡ୍ରରେ ସମସ୍ତ ୭ଟି ନମ୍ବର ମ୍ୟାଚ ହେବା ପରେ ଜ୍ୟାକପଟ ଜିତିଛନ୍ତି ଅନୀଲ ବୋଲା । ନିଜ ମାଆଙ୍କ ଜନ୍ମ ତାରିଖକୁ ଭିତ୍ତି କରି ନମ୍ବର ଚୟନ କରିଥିଲେ ଅନୀଲ । ଆଉ ଏହି ଟ୍ରିକ୍ ହିଁ ଅନୀଲଙ୍କୁ ବନାଇ ଦେଇଛି କୋଟିପତି ।
ଲଟେରି ଜିତିବା ପରେ ପ୍ରଥମେ ନିଜ ବାପାମାଆଙ୍କୁ ଆବୁଧାବି ଆଣିବେ ବୋଲି କହିଛନ୍ତି ଅନୀଲ । ଏହାସହିତ ସମାଜସେବା ମଧ୍ୟ ସେ ଲଟେରିରୁ ଜିତିଥିବା ଟଙ୍କା ବିନିଯୋଗ କରିବେ । ଅନୀଲ ଏକାଥରକେ ୧୨ଟି ଟିକେଟ କିଣିଥିଲେ । ତେବେ ମାଆଙ୍କ ଜନ୍ମ ତାରିଖକୁ ଲକି ନମ୍ବର କରି ଅନୀଲ ୟୁଏଇ ଲଟେରିର ସବୁଠାରୁ ବଡ ବିଜେତା ପାଲଟିଛନ୍ତି ।
