ସଂସଦରେ ବଜେଟ୍‌ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ, କର୍ତ୍ତବ୍ୟ ଭବନରେ ପ୍ରଥମ ବଜେଟ

ନୂଆଦିଲ୍ଲୀ : ସଂସଦରେ ବଜେଟ ୨୦୨୫ -୨୬ ଅଧିବେଶନ ଆଗତ ହେଲା । ବଜେଟ୍‌ ଆଗତ କଲେ ଅର୍ଥମନ୍ତ୍ରୀ ସୀତାରମଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରର ତୃତୀୟ ପାଳିରେ ଏହା ହେଉଛି ଦ୍ବିତୀୟ ପୂର୍ଣ୍ଣାଙ୍ଗ ବଜେଟ୍‌ । ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତର ନବମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ । ଏହା ଇତିହାସରେ ଦ୍ୱିତୀୟ ଥର ପାଇଁ ବଜେଟ୍ ରବିବାର ଉପସ୍ଥାପିତ ହେଉଛି। ଏହି ବଜେଟ୍ ବେତନଭୋଗୀ ବର୍ଗ, ମଧ୍ୟବିତ୍ତ ବର୍ଗ, ମହିଳା ଏବଂ ବ୍ୟବସାୟ ସମେତ ସମସ୍ତ କ୍ଷେତ୍ରକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଏହି ବଜେଟ୍ ଏପରି ଏକ ସମୟରେ ଉପସ୍ଥାପିତ ହେଉଛି ଯେତେବେଳେ ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ପାଲଟିଛି ଏବଂ ଆଗାମୀ ଦୁଇ ବର୍ଷ ମଧ୍ୟରେ ତୃତୀୟ ବୃହତ୍ତମ ଅର୍ଥନୀତି ହେବା ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ।

ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ ଚଳିତ ବଜେଟ୍‌ ଯୁବଶକ୍ତି ବଜେଟ୍‌ ହେବାକୁ ଯାଉଛି । କର୍ତ୍ତବ୍ୟ ଭବନରେ ଏହା ଆମର ପ୍ରଥମ ବଜେଟ୍‌ । ଆମର ପ୍ରଥମ କର୍ତ୍ତବ୍ୟ ହେଉଛି ସବ୍‌କା ସାଥ୍‌ ସବ୍‌କା ବିକାଶ । ଆମ ସରକାର ନିଯୁକ୍ତି ଓ ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ବ ଦେଉଛି ।
ମାହାଙ୍ଗା ହେଲା ମଦ , ଖଣିଜ , ସ୍କ୍ରାପ୍

ଏହି ସବୁ ଜିନିଷ ଶସ୍ତା ହେଲା
ମୋବାଇଲ୍-ବ୍ୟାଟେରୀ-କ୍ୟାନସର ରୋଗ ଔଷଧ
୭ଟି ଦୁସାଧ୍ୟ ରୋଗ ଔଷଧ-ଜୋତା, -ମାଇକ୍ରୋ ଓଭେନ୍
ଚମଡା-EV ବ୍ୟାଟେରୀ

ଶସ୍ତା ହେବ ବିଦେଶ ଯାତ୍ରା

ଶସ୍ତା ହେବ ବିଦେଶ ଯାତ୍ରା-TCS ୨%କୁ ହ୍ରାସ ନେଇ
ବିଦେଶରେ ଶିକ୍ଷା ଓ ମେଡିକାଲ୍ କ୍ଷେତ୍ରରେ TCS ହ୍ରାସ
୫ ପ୍ରତିଶତରୁ ୨ ପ୍ରତିଶତକୁ TCS ହ୍ରାସ ନେଇ ଘୋଷଣା

ଅପରିବର୍ତ୍ତିତ ରହିଲା ଆୟକର ସ୍ଲାବକୌଣସି ପରିବର୍ତ୍ତନ କଲେନି ନିର୍ମଳା

ଏପ୍ରିଲରୁ ନୂଆ ଆୟକର ନିୟମ
୧ ଏପ୍ରିଲ ୨୦୨୬ରୁ ନୂଆ ଆୟକର ନିୟମ ଲାଗୁ ହେବ
ଛୋଟ କରଦାତାଙ୍କ ପାଇଁ ପ୍ରକ୍ରିୟା ସହଜ ହେବ
ଜୁଲାଇ ୩୧ ତାରିଖ ଯାଏଁ ରିଟର୍ଣ୍ଣ ଦାଖଲ କରିପାରିବେ
ITR 1, ITR 2 ଲୋକେ ଭରିପାରିବେ ରିଟର୍ଣ୍ଣ
ଏବେ PAN ଜରିଆରେ ନିଜ ସଂପତ୍ତି ବିକିପାରିବେ NRI
ଆୟକର ଫାଙ୍କିଲେ ଆଉ ମିଳିବନି ଦଣ୍ଡ
ଅତିରିକ୍ତ ୩୦% ଟିକସ ଦେଇ ମୁକୁଳିପାରିବେ

ଖେଲୋ ଇଣ୍ଡିଆ ମିଶନ୍‌
ବଜେଟ୍‌ରେ ଖେଲୋ ଇଣ୍ଡିଆ ମିଶନ୍‌ ଘୋଷଣା
ଖେଲୋ ଇଣ୍ଡିଆ ମିଶନ୍‌ରେ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ
ପ୍ରତିଭାଙ୍କୁ ଚିହ୍ନଟ କରି ପରବର୍ତ୍ତୀ ଦଶନ୍ଧିକୁ ଯିବା ଲକ୍ଷ୍ୟ

ଟାୟର-୧, ଟାୟର ୨ ସିଟି ନେଇ ଘୋଷଣା
ଛୋଟ ଛୋଟ ସହରର ବିକାଶ ପାଇଁ ସ୍ବତନ୍ତ୍ର ଯୋଜନା
୫ ଲକ୍ଷରୁ ଊର୍ଦ୍ଧ୍ବ ଲୋକସଂଖ୍ୟା ଥିବା ସହର ପାଇଁ ଯୋଜନା
ଟାୟର-୧ , ଟାୟର-୨ ସିଟି ନେଇ ଘୋଷଣା

CCUS ପାଇଁ ୨୦ ହଜାର କୋଟି
କାର୍ବନ କ୍ୟାପଚର ୟୁଟିଲାଇଜେସନ ଷ୍ଟୋରେଜ୍‌ (CCUS) ଲାଗୁ ହେବ
ଆଗାମୀ ୫ ବର୍ଷରେ CCUS ପାଇଁ ୨୦ ହଜାର କୋଟି ବ୍ୟୟ ହେବ

ନିର୍ମାଣ ହେବ ୭ ହାଇସ୍ପିଡ୍ ରେଲୱେ କରିଡର
ଦେଶରେ ୭ଟି ହାଇସ୍ପିଡ୍ ରେଲୱେ କରିଡର ନିର୍ମାଣ ହେବ
ବାରଣାସୀ-ସିଲିଗୁଡ଼ି, ଦିଲ୍ଲୀ-ବାରଣାସୀ, ମୁମ୍ବାଇ-ପୁନେ
ବେଙ୍ଗାଲୁର-ଚେନ୍ନାଇ, ପୁନେ- ହାଇଦ୍ରାବାଦ, ହାଇଦ୍ରାବାଦ-ବେଙ୍ଗାଲୁର
ହାଇଦ୍ରାବାଦ-ଚେନ୍ନାଇ ହାଇସ୍ପିଡ୍ ରେଲୱେ କରିଡର ହେବ
ଛୋଟ ସହରରେ ତୀର୍ଥସ୍ଥଳକୁ ବିକଶିତ କରାଯିବ
୫ ବର୍ଷରେ ୨୦ ନୂଆ ଜଳପଥ ନିର୍ମାଣ କରିବୁ

ମହାତ୍ମା ଗାନ୍ଧି ଗ୍ରାମ ସ୍ବରାଜ ଯୋଜନା
ବୟନ ଶିଳ୍ପ ପାଇଁ ମହାତ୍ମା ଗାନ୍ଧି ଗ୍ରାମ ସ୍ବରାଜ ଯୋଜନା
ମହାତ୍ମା ଗାନ୍ଧି ଗ୍ରାମ ସ୍ବରାଜ ଯୋଜନାରେ ହେବ ଟେକ୍ସଟାଇଲ୍‌ ପାର୍କ
ଖଦି ଓ ହ୍ୟାଣ୍ଡଲୁମକୁ ଅଧିକ ସଶକ୍ତ କରାଯିବ

ସେମିକଣ୍ଡକ୍ଟର 2. O
ସେମିକଣ୍ଡକ୍ଟର 2. O ନେଇ ବଜେଟ୍‌ରେ ଘୋଷଣା
ଶିଳ୍ପଭିତ୍ତିକ ରିସର୍ଚ ଓ ଟ୍ରେନିଂକୁ ଗୁରୁତ୍ବ
କୁଶଳୀ ବ୍ୟକ୍ତି ସୃଷ୍ଟି କରିବାକୁ ପ୍ରାଧାନ୍ୟ

ଖୋଲିବ ଆଉ ୩ ନୂଆ ସର୍ବଭାରତୀୟ ଆୟୁର୍ବେଦ ସଂସ୍ଥା
ଖୋଲିବ ଆଉ ୩ ନୂଆ ସର୍ବଭାରତୀୟ ଆୟୁର୍ବେଦ ସଂସ୍ଥା
ଆୟୁଷ ଫାର୍ମାସିସ୍ ର ଅପଗ୍ରେଡ୍ ହେବ
ଜାମନଗରରେ WHO ଔଷଧ କେନ୍ଦ୍ରର ଅପଗ୍ରେଡ୍ ହେବ

ବାୟୋଫାର୍ମା ପାଇଁ ୧୦ହଜାର କୋଟି
ଭାରତକୁ ବାୟୋଫାର୍ମା ହବ୍ କରିବାକୁ ବଡ଼ ଘୋଷଣା
ବାୟୋଫାର୍ମା ଉଦ୍ୟୋଗ ପାଇଁ ୧୦ ହଜାର କୋଟି ନିବେଶ
୫ ବର୍ଷରେ ବ୍ୟୟ କରିବା ନେଇ ନିର୍ମଳାଙ୍କ ଘୋଷଣା
ବାରଣାସୀ ଓ ପାଟନାରେ ଜାହାଜ ମରାମତି ଇକୋ ସିଷ୍ଟମ
୭ଟି ହାଇସ୍ପିଡ୍ ରେଲୱେ କରିଡର ନିର୍ମାଣ ହେବ
ବାରଣାସୀ-ସିଲିଗୁଡ଼ି, ଦିଲ୍ଲୀ-ବାରଣାସୀ,

ଓଡ଼ିଶାରେ ହେବ ଖଣିଜ କରିଡର

ବିରଳ ଖଣିଜ କରିଡ଼ର ନେଇ ବଜେଟ୍‌ରେ ଘୋଷଣା
କେରଳ, ଓଡ଼ିଶା, ଆନ୍ଧ୍ର, ତାମିଲନାଡୁରେ ବିରଳ ଖଣିଜ କରିଡ଼ର

Spread the love