ସପିଂ ମଲରେ ମକଡ୍ରିଲ ବେଳେ ଅଘଟଣ, ନିଆଁରୁ ବର୍ତ୍ତିବାର କୌଶଳ ଶିଖାଉଥିବା ବେଳେ ଆହତ ହେଲେ ଅଗ୍ନିଶମ କର୍ମଚାରୀ

ସୁବର୍ଣ୍ଣପୁର: ନିଆଁରୁ ରକ୍ଷା ପାଇବାର କୌଶଳ ଶିଖାଉଥିଲେ, ହେଲେ ନିଜେ ନିଆଁରେ ପୋଡ଼ି ହୋଇଗଲେ ଅଗ୍ନିଶମ କର୍ମଚାରୀ । ସୁବର୍ଣ୍ଣପୁରର ଏକ ସପିଂ ମଲରେ ମକଡ୍ରିଲ କରୁଥିବା ବେଳେ ଘଟିଛି ଏ ଅଘଟଣ । ଅଗ୍ନିଶମ ବାହିନୀ ପକ୍ଷରୁ ସହରର ଏକ ସପିଂ ମଲରେ ନିଆଁ ଲାଗିଲେ କେମିତି ରକ୍ଷା ପାଇହେବ କୌଶଳ ଶିଖାଉଥିଲେ ଅଗ୍ନିଶମ କର୍ମଚାରୀ । ଏହି ସମୟରେ ମଲର ବାରଣ୍ଡାରେ ଥିବା ସାମଗ୍ରୀରେ ହଠାତ ନିଆଁ ଲାଗିଯାଇଥିଲା । ତୁରନ୍ତ ଦମକଳ ବାହିନୀ କର୍ମଚାରୀ ମାନେ ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା, ଜଣେ ଅଗ୍ନିଶମ କର୍ମଚାରୀ ଓ ସାମ୍ବାଦିକ ଆହତ ହୋଇଥିଲେ । ଉଭୟଙ୍କୁ ସୋନପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ଛଡାଯାଇଛି ।

Spread the love