ସବୁ ସମୟରେ ଲିପଷ୍ଟିକ୍ ବ୍ୟବହାର କରୁଛନ୍ତି କି? ଭୋଗି ପାରନ୍ତି ଏହି ସମସ୍ୟା
ଲିପଷ୍ଟିକ ଝିଅଙ୍କର ଏକ ମନପସନ୍ଦ ଜିନିଷ । ସବୁବେଳେ ଏହାକୁ ଲଗାଇବା ଝିଅମାନଙ୍କର ଗୋଟେ ଅଭ୍ୟାସ । ମେକଅପ କର ବା ନକର ହେଲେ ଓଠରେ ଲିପଷ୍ଟିକ ନିହାତି ଲାଗିଥିବ । କିନ୍ତୁ ଆପଣ ଜାଣନ୍ତି କି, ସବୁବେଳେ ଲିପଷ୍ଟିକ ଲଗାଇବା ସ୍ୱାସ୍ଥ୍ୟପକ୍ଷେ ଠିକ ନା ଭୁଲ । ଲିପଷ୍ଟିକରେ ଥିବା କୃତ୍ରିମ ରଙ୍ଗ ଓ କେମିକାଲ ଯୋଗୁଁ ଓଠରେ, ଲାଲ ଦାଗ ଓ ସ୍ୱେଲିଂ ଭଳି ଏଲର୍ଜି ହୋଇପାରେ । ଲିପଷ୍ଟିକରେ ଥିବା କେମିକାଲ ଖାଦ୍ୟ ଓ ପାଣି ସହିତ ପେଟରେ ପହଞ୍ଚି ଟକ୍ସିନ ଉତ୍ପନ୍ନ କରିପାରେ, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ଯେ ଲିପଷ୍ଟିକ କିଣିବା ସମୟରେ ଏହାର ଉପାଦାନ ଯାଞ୍ଚ କରନ୍ତୁ ।
ଲେଡ-ମୁକ୍ତ ଓ ମୋଇସଚରାଇଜିଂ ଲିପଷ୍ଟିକ ବାଛିବା ଉଚିତ । ବଜାରରେ ଉପଲବ୍ଧ ଅନେକ ଲିପଷ୍ଟିକରେ କେମିକାଲ ଯେପରିକି ଲେଡ, କ୍ରୋମିୟମ, କ୍ୟାଡମିୟମ, ଏଲୁମିନିୟମ ଏବଂ ଅକ୍ସିକ୍ଲୋରାଇଡ ଆଦି ରହିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଏକ ଅଧ୍ୟୟନ ଅନୁଯାୟୀ, ଏହି କେମିକାଲଗୁଡ଼ିକ ମୁଖ ଦେଇ ପେଟରେ ପହଞ୍ଚି ଡାଇଜେଷ୍ଟିଭ ସିଷ୍ଟମକୁ କ୍ଷତି ପହଞ୍ଚାଇପାରେ, ଯାହା ପେଟ ଯନ୍ତ୍ରଣା, ଆଲସର ଏବଂ ଏପରିକି କିଡନୀ ଓ ଲିଭର ସମସ୍ୟାର କାରଣ ହୋଇପାରେ ।
ଏହା ବ୍ୟତୀତ, କାର୍ସିନୋଜେନିକ କେମିକାଲ ଯୋଗୁଁ କ୍ୟାନସର ଭଳି ଗୁରୁତର ରୋଗର ମଧ୍ୟ ଆଶଙ୍କା ବଢ଼ିପାରେ । ଓଠକୁ ଏକ୍ସଫୋଲିଏଟ କରି ଶୁଷ୍କ ଚର୍ମ ହଟାନ୍ତୁ ଏବଂ ନିୟମିତ ଲିପ୍ ବାମ ବ୍ୟବହାର କରନ୍ତୁ ଯାହା ଓଠକୁ ନମ୍ର ରଖିବ । ନିୟମିତ ଲିପଷ୍ଟିକ ବ୍ୟବହାର ଯୋଗୁଁ ଓଠର ପ୍ରାକୃତିକ ରଙ୍ଗ ନଷ୍ଟ ହୋଇ କଳା ପଡ଼ିପାରେ । ଏହା ବିଶେଷକରି ଲେଡ ଯୁକ୍ତ ଲିପଷ୍ଟିକ ଯୋଗୁଁ ହୋଇଥାଏ । ଏଥି ସହ ଆସନ୍ତୁ ଜାଣିବା ଲିପଷ୍ଟକ୍ ସବୁ ସମୟରେ ବ୍ୟବହାର କଲେ କେଉଁ ଅସୁବିଧା ସାମ୍ନାକୁ ଆସିଥାଏ ।
ଓଠର ରଙ୍ଗ କଳା ହେବା: ନିୟମିତ ଲିପଷ୍ଟିକ ବ୍ୟବହାର ଯୋଗୁଁ ଓଠର ପ୍ରାକୃତିକ ରଙ୍ଗ ନଷ୍ଟ ହୋଇ କଳା ପଡ଼ିପାରେ । ଏହା ବିଶେଷକରି ଲେଡ ଯୁକ୍ତ ଲିପଷ୍ଟିକ ଯୋଗୁଁ ହୋଇଥାଏ ।
ଓଠର ଶୁଷ୍କତା: ମ୍ୟାଟ ଓ ଲିକୁଇଡ ଲିପଷ୍ଟିକ ଓଠକୁ ଶୁଷ୍କ କରିପାରେ, ଯାହା ଓଠ ଫାଟିବା ଓ ପପଡ଼ି ହେବାର କାରଣ ହୋଇପାରେ ।
ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା: ଲିପଷ୍ଟିକରେ ଥିବା କେମିକାଲ ଖାଦ୍ୟ ଓ ପାଣି ସହିତ ପେଟରେ ପହଞ୍ଚି ଟକ୍ସିନ ଉତ୍ପନ୍ନ କରିପାରେ, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ।
ବିଶେଷଜ୍ଞଙ୍କ ପରାମର୍ଶ :
ବିଶେଷଜ୍ଞମାନେ ପ୍ରତିଦିନ ଲିପଷ୍ଟିକ ବ୍ୟବହାର କମ କରିବାକୁ ପରାମର୍ଶ ଦେଇଛନ୍ତି । ଏହା ସହ ସେମାନେ ନିମ୍ନଲିଖିତ ପଦକ୍ଷେପ ଅନୁସରଣ କରିବାକୁ କହିଛନ୍ତି । ନେଚୁରାଲ ଓ ଅର୍ଗାନିକ ଲିପଷ୍ଟିକ ବାଛନ୍ତୁ: ହର୍ବାଲ ଓ କେମିକାଲ-ମୁକ୍ତ ଲିପଷ୍ଟିକ ବ୍ୟବହାର କରନ୍ତୁ, ଯେଉଁଥିରେ କ୍ଷତିକାରକ ରସାୟନ ନଥାଏ ।
ଲିପ ବାମ ବ୍ୟବହାର: ଲିପଷ୍ଟିକ ଲଗାଇବା ପୂର୍ବରୁ ଓଠରେ ହାଇଡ୍ରେଟିଂ ଲିପ ବାମ କିମ୍ବା ପେଟ୍ରୋଲିୟମ ଜେଲି ଲଗାନ୍ତୁ, ଯାହା ଓଠକୁ ସୁରକ୍ଷା ଦେବ ଓ କେମିକାଲର ପ୍ରଭାବ ହ୍ରାସ କରିବ ।
ଓଠର ଯତ୍ନ: ଓଠକୁ ଏକ୍ସଫୋଲିଏଟ କରି ଶୁଷ୍କ ଚର୍ମ ହଟାନ୍ତୁ ଏବଂ ନିୟମିତ ଲିପ ବାମ ବ୍ୟବହାର କରନ୍ତୁ ଯାହା ଓଠକୁ ନମ୍ର ରଖିବ।
ସପ୍ତାହରେ ସୀମିତ ବ୍ୟବହାର: ସପ୍ତାହରେ ୨-୩ ଦିନରୁ ଅଧିକ ଲିପଷ୍ଟିକ ଲଗାଇବା ଏଡ଼ାନ୍ତୁ, ଯାହା ଓଠ ଓ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବ ।
ଗର୍ଭାବସ୍ଥାରେ ସତର୍କତା: ଗର୍ଭାବସ୍ଥା ସମୟରେ ଲିପଷ୍ଟିକ ବ୍ୟବହାର ଏଡ଼ାନ୍ତୁ, କାରଣ ଏହା ଗର୍ଭପାତର ଆଶଙ୍କା ବଢ଼ାଇପାରେ । ଯଦି ଆପଣ ସବୁ ସମୟରେ ଲିପଷ୍ଟିକ୍ ବ୍ୟବହାର କରୁଛନ୍ତି, ତେବେ ଆପଣ ନିଜ ଓଠର ଯତ୍ନ ଏବେଠାରୁ ହିଁ ନିଅନ୍ତୁ ।
