ସରିଛି ରାଜ୍ୟ କ୍ୟାବିନେଟ୍ ବୈଠକ, ୬ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ଓଡ଼ିଶା କ୍ୟାବିନେଟ୍
ଭୁବନେଶ୍ୱର : ସରିଛି ରାଜ୍ୟ କ୍ୟାବିନେଟ୍ ବୈଠକ । ଲୋକ ସେବା ଭବନରେ ଅନୁଷ୍ଠିତ ହୋଇଥିଲା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ୬ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ । ଓଡ଼ିଶା କ୍ୟାବିନେଟ୍ ୬ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ଦୀର୍ଘ ଅଢେଇ ଘଣ୍ଟା ଧରି ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ଚାଲିଥିଲା ।
ଏହି ବୈଠକରେ ମଧ୍ୟ ଅନେକ କିଛି ଆଲୋଚନା ହୋଇଛି । ଏହାସହ ଭିଜନ୍ ଡକ୍ୟୁମେଣ୍ଟ ୨୦୩୬ ଉପରେ ଆଲୋଚନା ହୋଇଛି ଏହାସହ ବିକଶିତ ଓଡ଼ିଶା କଥା କୁହାଯାଉଛି, ସେ ସଂକ୍ରାନ୍ତରେ ମଧ୍ୟ ଏକ ଡ଼କ୍ୟୁମେଣ୍ଟାରି ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତ କରାଯାଇଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଆଲୋଚନା ହୋଇଥିବା ପ୍ରସ୍ତାବ ମଧ୍ୟରୁ ୬ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି । ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ବିବରଣୀ ଖୁବ୍ ଶୀଘ୍ର ସରକାର ପ୍ରଦାନ କରିବେ।