ସହରୀ ଜୀବନରେ ବି ବଞ୍ଚିଛି ପରମ୍ପରା, ରଜରେ ଜମୁଛି ପୋଡ଼ ପିଠାର ଆସର
ସାରା ଓଡ଼ିଶାରେ ଏବେ ଗଣପର୍ବ ରଜର ଧୁମ୍ । ସହରଠୁ ଗାଁ ସବୁଠି ଉତ୍ସବର ମୂହୁର୍ତ୍ତ। ଆଧୁନିକତାର ଚାକଚକ୍ୟ ଭିତରେ ବି ସହରୀ ଜୀବନରେ ହଜିଯାଇନି ଆମ ପରମ୍ପରା । ଗାଁ ଭଳି ସହରୀ ଭିଡ଼ ଭିତରେ ବି ଜମୁଛି ରଜ ଉତ୍ସବ । ଆଉ ଏହି ସମୟରେ ସବୁଠୁ ବେଶୀ ଦେଖିବାକୁ ମିଳୁଛି ଆମ ପାରମ୍ପରିକ ‘ପୋଡ଼ ପିଠା’ର ଚାହିଦା । ଭୁବନେଶ୍ୱର ପାଲ ହାଇଟ ହୋଟେଲ ରେ ଆୟୋଜିତ ହେଉଥିବା ତିନିଦିନିଆ ଆଇଏନ୍ଡବ୍ଲୁଇସି ରଜ ମଉଜ-୨୦୨୬ରେ ଦେଖିବାକୁ ମିଳିଛି ପୋଡ଼ ପିଠାର ଆସର ।
