ସାଙ୍ଗକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜୀବନ, ମୃତଦେହକୁ ଉଦ୍ଧାର କରିଛନ୍ତି ଓଡ୍ରାଫ୍ ଟିମ୍
ରାଉରକେଲା: ନିଖୋଜ ଯୁବକର ମୃତଦେହ ଉଦ୍ଧାର । ସାଙ୍ଗକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜୀବନ । ରାଉରକେଲା ରଘୁନାଥପାଲି ଥାନା ତର୍କରା ଡ୍ୟାମରେ ଘଟିଛି ଘଟଣା । ଗତକାଲି ରବୀନ୍ଦ୍ର ସାହୁ ଓ ମାନଗୋବିନ୍ଦ ପାତ୍ର ଗାଧୋଇବାକୁ ଯାଇଥିଲେ । ଅସାବଧାନତା ଯୋଗୁ ରବୀନ୍ଦ୍ର ସାହୁ ଭାସିଯାଇଥିଲେ । ରବୀନ୍ଦ୍ର ଭାସିଯିବା ଦେଖି ମାନଗୋବିନ୍ଦ ରବୀନ୍ଦ୍ରଙ୍କୁ କୂଳକୁ ଠେଲିଥିଲେ କିନ୍ତୁ ନିଜେ ଉଦ୍ଧାର ହୋଇପାରିନଥିଲେ । ରବୀନ୍ଦ୍ର ନିଜକୁ ବଞ୍ଚାଇ କୁଳକୁ ଆସି କିଛି ସମୟ ମାନଗୋବିନ୍ଦଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ।
ଘଟଣା ନେଇ ରଘୁନାଥପାଲି ଥାନାକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କାଲି ସଂଧ୍ୟାସୁଦ୍ଧା ବହୁ ଖୋଜାଖୋଜି କରିବା ପରେ ବି ନିଖୋଜ ଯୁବକଙ୍କ ସନ୍ଧାନ ମିଳିନଥିଲା । ଆଜି ପୁଣି ଦୁଇ ଘଣ୍ଟା ଖୋଜାଖୋଜି କରିବା ପରେ ମୃତଦେହକୁ ଉଦ୍ଧାର କରିଛନ୍ତି ଓଡ୍ରାଫ୍ ଟିମ୍ ।
