ସୁନ୍ଦରଗଡ଼, ମୟୂରଭଞ୍ଜ ଓ ଗଜପତିରେ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ଓଡ଼ିଶାର ତିନୋଟି ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ କାଳବୈଶାଖୀ ସତର୍କ ସୂଚନା ଜାରି କରାଯାଇଛି। ବଜ୍ରପାତ ସହିତ ଝଡ଼ବର୍ଷା ଏବଂ ହାଲୁକାରୁ ମଧ୍ୟମ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଦ୍ୱାରା ଅପରାହ୍ନ ୧ଟାରେ ଜାରି କରାଯାଇଥିବା ସତର୍କତା ଅନୁଯାୟୀ, ସୁନ୍ଦରଗଡ଼ , ମୟୁରଭଞ୍ଜ ଏବଂ ଗଜପତି ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ବଜ୍ରପାତରୁ ନିଜକୁ ରକ୍ଷା କରିବା ପାଇଁ ବାସିନ୍ଦାମାନଙ୍କୁ ସତର୍କ ରହିବାକୁ, ପାଗ ସମ୍ବନ୍ଧୀୟ ଅପଡେଟ୍ ଉପରେ ନଜର ରଖିବାକୁ ଏବଂ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି।