ସୁନ୍ଦରଗଡ଼ ସହରରୁ ହଟିଲା BNS ୧୬୩ ଧାରା

ସୁନ୍ଦରଗଡ଼: ସୁନ୍ଦରଗଡ଼ରୁ ଟାଉନ ଥାନା ରିଜେଣ୍ଟ ମାର୍କେଟରେ ଗୋଷ୍ଠୀ ସଂଘର୍ଷ ଘଟଣା ।  ସୁନ୍ଦରଗଡ଼ ସହରରୁ ହଟିଲା BNS ୧୬୩ ଧାରା ।  ଶାନ୍ତି କମିଟି ବୈଠକ ପରେ ଜିଲ୍ଲାପାଳଙ୍କ ସୂଚନା ।  ସହରରେ ଇଣ୍ଟରନେଟ ସେବା ସ୍ବାଭାବିକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଗୋଷ୍ଠୀ ସଂଘର୍ଷ ପରେ ଗତକାଲି ଅଶାନ୍ତ ହୋଇପଡିଥିଲା ସୁନ୍ଦରଗଡ଼ ।  ବିଏନଏସ ୧୬୩ ଧାରା ଲାଗୁ, ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ରହିଥିଲା ।

ସୁନ୍ଦରଗଡ଼ ରିଜେଣ୍ଟ ମାର୍କେଟରେ ଗତକାଲି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରୁ ଉତ୍ତେଜନା ଦେଖାଦେଇଥିଲା ।  ଢେଲାପଥର ମାଡ଼ରେ ୧୨ ଜଣ ଆହତ ହୋଇଥିଲେ ।  ଉତ୍ତେଜନା ଲାଗି ରହିଥିବାରୁ ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ସହରରେ BNS ୧୬୩ ଧାରା ଜାରି କରାଯାଇଥିଲା ।  ୨୪ ଘଣ୍ଟା ପାଇଁ ବନ୍ଦ ରହିଥିଲା ଇଣ୍ଟରନେଟ ସେବା ।  ଏସପି ଓ ଏସଡିପିଓ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ।

Spread the love