ସୌମ୍ୟାଶ୍ରୀଙ୍କ ବାପାଙ୍କ ସାଂଘାତିକ ବୟାନ, କହିଲେ ସମସ୍ତେ ମିଳିମିଶି ମୋ ଝିଅକୁ ମରିବାକୁ ବାଧ୍ୟ କରିଥିଲେ

ବାଲେଶ୍ବର: ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ବାପାଙ୍କ ସାଂଘାତିକ ବୟାନ । ସମସ୍ତେ ମିଳିମିଶି ମୋ ଝିଅକୁ ମରିବାକୁ ବାଧ୍ୟ କରିଥିବାର ଅଭିଯୋଗ ଆଣିଛନ୍ତି । ସମସ୍ତେ ହତ୍ୟାର ଅଭିଯୋଗରେ ଦଣ୍ଡିତ ହେବା ଉଚିତ ବୋଲି କହିଛନ୍ତି ।  ପୀଡ଼ିତାର ବାପା କହିଛନ୍ତି ମୁଁ ବିଶ୍ୱାସ କରେ ଏହା ବଡ଼ ଷଡ଼ଯନ୍ତ୍ର ଥିଲା, କାରଣ କଲେଜରେ ନିଜ ସ୍ୱର ଉଠାଉଥିଲା । ସେମାନଙ୍କୁ ତାହା ପସନ୍ଦ ହୋଇନଥିଲା । ସମସ୍ତେ ମିଶି ମୋର ଝିଅକୁ ଜୀବନ ହାରିବାକୁ ବାଧ୍ୟ କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ । ସେ ପ୍ରିନ୍ସିପାଲ୍ ର କକ୍ଷରୁ ବାହାରି ଆସିବା ପରେ କାହିଁକି ଜୀବନ ହାରିଲା ? ଭିତରେ କ’ଣ ଘଟିଥିଲା? ସେ କାହିଁକି ଝିଅକୁ ଏକାକୀରେ ଡ଼ାକିଥିଲେ? କାହିଁକି ମୋତେ କିମ୍ବା ମୋର ପୁଅକୁ ଡ଼ାକିନଥିଲେ?… ମୁଁ ସରକାରଙ୍କୁ ଅନୁରୋଧ କରି କହୁଛି ଯେ ମୋର ଝିଅ ମରିନଥିଲା ତାକୁ ହତ୍ୟା କରାଯାଇଥିଲା । ସମସ୍ତେ ହତ୍ୟା ଅଭିଯୋଗରେ ଦଣ୍ଡିତ ହେବା ଉଚିଚ ।

ସୂଚନା ଅନୁସାରେ ଗତ ୧୨ ତାରିଖ ମଧ୍ୟାହ୍ନରେ ଅଧ୍ୟକ୍ଷଙ୍କ ଚାମ୍ବରରୁ ବାହାରି ଜୀବନ ହାରିଦେବା ଭଳି ଚରମ ପଦକ୍ଷେପ ନେଇଥିଲେ ସୌମ୍ୟାଶ୍ରୀ । କଲେଜର ଏଜୁକେସନ ବିଭାଗ ମୁଖ୍ୟ ସମୀର ସାହୁଙ୍କ ବିରୋଧରେ ଯୌନ ନିର୍ଯାତନା ଆଣି ଲିଖିତ ଅଭିଯୋଗ କରିଥିଲେ । ଅଧ୍ୟାପକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ପରେ ଶେଷରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ।

ସୋମବାର ବିଳମ୍ବିତ ରାତିରେ ଭୁବନେଶ୍ବର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟିଛି । ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁ ଫେବର ମାଗୁଥିବାର ଅଭିଯୋଗ କରିଥିଲେ ଛାତ୍ରୀ । ଫେବର ନଦେଲେ ଫେଲ କରିବାର ଧମକ ଦେଇଥିଲେ । ୬ବର୍ଷ ବସେଇ ଦେବାକୁ ଚେତାବନୀ ଦେଇଥିବା ସୌମ୍ୟାଶ୍ରୀ ଅଭିଯୋଗ ଆଣିଥିଲେ । ଏହି ମାମଲାରେ ଏଫଏମ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଓ ଏଜୁକେସନ ବିଭାଗ ମୁଖ୍ୟ ସମୀର ସାହୁଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା । ଦୁଇ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

Spread the love