ସ୍ବାମୀର କଟୁରୀ ଚୋଟରେ ସ୍ତ୍ରୀ ମୃତ

ମୋହନା : ସ୍ବାମୀର କଟୁରୀ ଚୋଟରେ ସ୍ତ୍ରୀ ମୃତ ।  ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟାକାଣ୍ଡ ସନ୍ଦେହ ।  ମୋହନା ଥାନା କୁଙ୍କୁଣି-ଭାଲିଆସାହି ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି। ମୃତକ ରେଶମା ନାୟକ ।  ଅଭିଯୁକ୍ତ ସ୍ୱାମୀ ଅନନ୍ତ ବାଗସିଂକୁ ଥାନାରେ ଅଟକ ରଖି ତଦନ୍ତ କରୁଛି ପୋଲିସ ।

ଗତକାଲି ରାତିରେ ଉଭୟ ସ୍ୱାମୀ, ସ୍ତ୍ରୀ ମୋହନା ବଜ଼ାର ବୁଲିବାକୁ ଆସିଥିଲେ । ରାତି ପ୍ରାୟ ୧୦ଟାରେ କୁଙ୍କୁଣୀ ଗାଁକୁ ଫେରିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା ।

ଉତକ୍ଷିପ୍ତ ହୋଇ ସ୍ୱାମୀ ଅନନ୍ତ ଗୋଟିଏ କଟୁରୀରେ ସ୍ତ୍ରୀ ରେଶମାର ବେକ ଓ ମୁହଁକୁ ହାଣି ଦେଇଥିଲା ।  ପରିବାର ଲୋକେ ବିଳମ୍ବିତ ରାତିରେ ମୋହନା ମେଡିକାଲ ଆଣିଥିଲେ। ତେବେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ପୋଲିସ ସ୍ବାମୀକୁ ଅଟକ ରଖି ଘଟଣାର ତଦନ୍ତ କରୁଛି ।

Spread the love