ହଟ୍ଟଗୋଳରେ ଆଗୁଆ ସରିଲା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ
ଭୁବନେଶ୍ୱର : ଆଗୁଆ ସରିଲା ମୌସୁମୀ ଅଧିବେଶନ। ବିରୋଧୀଙ୍କ ହଟ୍ଟଗୋଳରେ ଚାଲିପାରିଲାନି ବିଧାନସଭା । ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଚଳିତ ଅଧିବେଶନରେ ୯ଟି କାର୍ଯ୍ୟଦିବସ ଥିଲା । ତେବେ ୪ ଦିନ ପୂର୍ବରୁ ଗୃହକାର୍ଯ୍ୟ ସରିଛି। ଆଜି ଅଧିବେଶନର ପଞ୍ଚମ ଦିନରେ ଗୃହ କାର୍ଯ୍ୟ ଚାଲିପାରନଥିଲା।
ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ ଗୃହ ମଧ୍ୟରେ ହଟ୍ଟଗୋଳ କରିଥିଲେ। ହଟ୍ଟଗୋଳ ଭିତରେ ପ୍ରଶ୍ନର ଉତ୍ତର ରଖୁଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ । ମାତ୍ର ସାତ ମିନିଟ୍ ଗୃହ ଚାଲିଥିବା ବେଳେ ବାଚସ୍ପତି ଗୃହକୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ପରେ ବି ପରିସ୍ଥିତିରେ ସୁଧାର ଆସିନଥିଲା ।
