ହାଇକୋର୍ଟ ଓ ରାଜ୍ୟର ସମସ୍ତ ବାର ଆସୋସିଏସନ୍ରେ ଚାଲିଛି ନିର୍ବାଚନ : ଅପରାହ୍ଣ ୪ଟାରେ ଭୋଟ ଗଣତି
ହାଇକୋର୍ଟ ବାର ଆସୋସିଏସନ ସହ ରାଜ୍ୟର ସମସ୍ତ ବାର୍ ଆସୋସିଏସନର ନିର୍ବାଚନ ପାଇଁ ଚାଲିଛି ମତଦାନ। ସକାଳ ସାଢେ ୭ଟା ରୁ ଆରମ୍ଭ ହୋଇଯାଇଛି ଏହି ମତଦାନ ପ୍ରକ୍ରିୟା। ହାଇକୋର୍ଟ ବାର ଆସୋସିଏସନ ସହ ରାଜ୍ୟର ସମସ୍ତ ବାର୍ ଆସୋସିଏସନର ନିର୍ବାଚନ ପାଇଁ ଭୋଟ ଦେଉଛନ୍ତି ସଦସ୍ୟମାନେ। ଦିନ ୩ଟା ପର୍ଯ୍ୟନ୍ତ ଚାଲିବ ମତଦାନ ପ୍ରକ୍ରିୟା। ଏହା ପରେ ଅପରାହ୍ନ ୪ ଟାରୁ ଆରମ୍ଭ ହେବ ଭୋଟ ଗଣତି। ଆଜି ରାତି ସୁଦ୍ଧା ହିଁ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।ୱାନ ବାର, ୱାନ ଭୋଟ ନିୟମରେ ଚାଲିଛି ଏହି ଭୋଟିଂ ପ୍ରକ୍ରିୟା। ହାଇକୋର୍ଟ ବାର ଆସୋସିଏସନରେ ସଭାପତି, ଉପ ସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ, ସହ ସମ୍ପାଦକ, କୋଷାଧ୍ୟକ୍ଷ, ସହ ସମ୍ପାଦକ ଲାଇବ୍ରେରୀ ଓ କାର୍ଯ୍ୟନିର୍ବାହୀ ସଦସ୍ୟ ପଦବୀ ପାଇଁ ଚାଲିଛି ମତଦାନ। ହାଇକୋର୍ଟ ବାର ଆସୋସିଏସନ ନିର୍ବାଚନ ପାଇଁ ପାଖାପାଖି ୫ ହଜାର ଭୋଟର ନିଜର ମତ ସାବ୍ୟସ୍ତ କରିବେ। ସେହିପରି ଅଲଗା ଅଲଗା ବାରରେ ମଧ୍ୟ ବିଭିନ୍ନ ଅଫିସ୍ ବିଅରର ପାଇଁ ଚାଲିଛି ମତଦାନ ପ୍ରକ୍ରିୟା। କଡାକଡି ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ଏହି ଭୋଟିଂ ପ୍ରକ୍ରିୟା ।
