ହୋଲି ପର୍ବ ଅବସରରେ ପୁରୀରେ ବାଲୁକା ଆନିମେସନ୍, ଖୁସି ଏବଂ ନିରାପଦ ପାଇଁ ଦେଲେ ବାର୍ତ୍ତା
ପୁରୀ: ପବିତ୍ର ହୋଲି ପର୍ବ ଅବସରରେ ପୁରୀରେ ବାଲୁକା ଆନିମେସନ। ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଏକ ବାଲୁକା ଆନିମେସନ୍ କରିଛନ୍ତି । ଯେଉଁଥିରେ ବିଶ୍ୱ ଶାନ୍ତି ପାଇଁ ଆହ୍ୱାନ ଦେବା ସହ “ଖୁସି ଏବଂ ନିରାପଦ ହୋଲି” ବାର୍ତ୍ତାର ପ୍ରସାର କରିଛନ୍ତି । ପୁରୀ ସ୍ଥିତ ତାଙ୍କ ଷ୍ଟୁଡିଓରେ ପ୍ରାୟ ୨ ଘଣ୍ଟା ଧରି ଏହି ଆନିମେସନ କରାଯାଇଥିଲା । ଏହି ସୃଜନଶୀଳ ଉପସ୍ଥାପନା ମାଧ୍ୟମରେ ମାନସ ସାହୁ ସୁରକ୍ଷିତ ଏବଂ ପରିବେଶ ଅନୁକୂଳ ହୋଲି ପାଳନ କରିବାକୁ ଲୋକଙ୍କୁ ଉତ୍ସାହିତ କରିଥିଲେ ।
