୧୬୩୫ଟି ନୂତନ ରାଜସ୍ୱ ଗ୍ରାମର ହେବ ସୀମା ପରିବର୍ତ୍ତ: ନକ୍ସା ପରିବର୍ତ୍ତନ ପାଇଁ ସର୍ଭେ ନିର୍ଦ୍ଦେଶକ, ଜିଲ୍ଲାପାଳ ଓ ଆର୍‌ଡିସିଙ୍କୁ ଚିଠି

ଭୁବନେଶ୍ୱର : ଖୁବ୍ ଶୀଘ୍ର ୧୬୩୫ଟି ନୂତନ ରାଜସ୍ୱ ଗ୍ରାମର ହେବ ସୀମା ପରିବର୍ତ୍ତନ । ଏ ନେଇ ରାଜସ୍ବ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି ହୋଇଛି । ନକ୍ସା ପରିବର୍ତ୍ତନ ସର୍ଭେ ପାଇଁ ନିର୍ଦ୍ଦେଶକ, ଜିଲାପାଳ ଓ ଆର୍ ଡିସିଙ୍କୁ ଚିଠି ଲେଖାଯାଇଛି । ପୁରୁଣା ରାଜସ୍ୱ ଗାଁ ରେକର୍ଡ ଯେମିତି ମିଶି ନ ଯାଏ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ପ୍ରତି ତହସିଲରେ ହେବ ଗୋଟିଏ ଲେଖାଏଁ ସ୍ଵତନ୍ତ୍ର ସେଲ ।

ରାଜସ୍ବ ଗାଁ ହେଲା ପରେ ସ୍ଵତନ୍ତ୍ର ମ୍ୟାପ ହେବ ।  ମୂଳ ଗାଁରେ ଥିବା ଲୋକଙ୍କ ଖାତା ନମ୍ବର ପ୍ଲଟ ନମ୍ବର ମଧ୍ୟ ପରିବର୍ତ୍ତନ ହୋଇ ନୂଆ ହେବ । ଭୂଲେଖରେ ମଧ୍ୟ ଗାଁର ନାମ ସ୍ଥାନ ପାଇବ । ୨୫୦ରୁ ଅଧିକ ଜନସଂଖ୍ୟା ଓ ମୂଳ ରାଜସ୍ୱ ଗାଁକୁ ୫୦୦ ମିଟର ଦୂରତା ଥିବା ପଡ଼ା ଗାଁ ଗୁଡ଼ିକୁ କରାଯିବ ରାଜସ୍ୱ ଗ୍ରାମ  । ଅନ୍ୟସବୁ କଟକଣା ଉଠାଇ ଛନ୍ତି ରାଜ୍ୟ ସରକାର । ୧୯୯୧ ରୁ ୨୦୨୪ ମସିହା ପର୍ଯ୍ୟନ୍ତ ୩୪ ବର୍ଷ ଭିତରେ ମାତ୍ର ଏକ ହଜାର ଗାଁକୁ ରାଜସ୍ବ ଗାଁ ଭାବେ ଘୋଷିତ ହୋଇଥିଲା ।  ପୂର୍ବ ସରକାରରେ ୩୦୦ ଗାଁର ମ୍ୟାପ ପ୍ରସ୍ତୁତ ହୋଇଥିଲା ।

Spread the love