୧୮ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେଡି

ଭୁବନେଶ୍ୱର : ଆଜି ବିଜେଡି ୧୮ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛି । ଏମାନେ ନିର୍ଦନ୍ଦରେ ନିର୍ବାଚିତ ହୋଇଛନ୍ତି। ରାଜ୍ୟ ବିଜେଡି ନିର୍ବାଚନ ଅଧିକାରୀ ପ୍ରତାପ ଦେବ ଏହି ଘୋଷଣା କରିଛନ୍ତି । ଆସନ୍ତାକାଲି ସଭାପତି ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ । ଜିଲ୍ଲା ସଭାପତି ତାଲିକାରେ ବରିଷ୍ଠ, କନିଷ୍ଠ ଓ ଯୁବ ବର୍ଗଙ୍କୁ ପ୍ରାଧାନ୍ୟ ଦିଆଯାଇଛି । କନ୍ଧମାଳରେ ବରିଷ୍ଠ ନେତା ପଦ୍ମନାଭ ବେହେରାଙ୍କୁ ଜିଲ୍ଲା ସଭାପତି କରାଯାଇଥିବା ବେଳେ ଦେବଗଡରେ ପ୍ରଥମଥର ପାଇଁ ବିଧାୟକ ହୋଇଥିବା ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କୁ ଜିଲ୍ଲା ଦାୟିତ୍ବ ପ୍ରଦାନ କରାଯାଇଛି । ଏହି ୧୮ ଜଣିଆ ଜିଲ୍ଲା ସଭାପତି ତାଲିକାରେ ୪ ଜଣ ଆଦବାସୀ ନେତା , ୪ରୁ ୫ ଜଣ ଓବିସି ନେତା ସ୍ଥାନ ପାଇଛନ୍ତି। ତାଲିକାରେ ଅଛନ୍ତି ପ୍ରାୟ ୫୦ ପ୍ରତିଶତ ଆଦିବାସୀ ଓ ଓବିସି ନେତା । ଅନୁସୂଚିତ ଜାତି ନେତାଙ୍କୁ ମଧ୍ୟ ଗୁରୁତ୍ବ ମିଳିଛି ।

୧୮ ଜିଲ୍ଲା ବିଜେଡି ସଭାପତି :

ଅନୁଗୁଳ – ବ୍ରଜ କିଶୋର ପ୍ରଧାନ
ବରଗଡ଼ – ସୁଶାନ୍ତ କୁମାର ମହାପାତ୍ର
ଭଦ୍ରକ – ଜଗନ୍ନାଥ ସ୍ୱାଇଁ
ଗଜପତି – ପ୍ରଦୀପ ନାୟକ
ବୌଦ୍ଧ – ପ୍ରଦୀପ କୁମାର ଅମାତ
ଦେବଗଡ଼ – ରୋମାଞ୍ଚ ରଞ୍ଜନ ବିଶ୍ୱାଳ
ପୁରୀ – ଉମାକାନ୍ତ ସାମନ୍ତରାୟ
ନୟାଗଡ଼ – ରମେଶ ବେହେରା
ଜଗତସିଂହପୁର – ପ୍ରଶାନ୍ତ କୁମାର ମୁଦୁଲି
ଯାଜପୁର – ସରୋଜ କୁମାର ମହାପାତ୍ର
ଝାରସୁଗୁଡା – ହରିସ ଗଂତ୍ରା
କନ୍ଧମାଳ – ପଦ୍ମନାଭ ବେହେରା
ମାଲକାନଗିରି – ମାନସ ମାଡକାମୀ
ମୟୁରଭଞ୍ଜ 1 – ସୁଦାମ ମାରାଣ୍ଡି
ନବରଙ୍ଗପୁର – ମନୋହର ରନ୍ଧାରୀ
ସୁନ୍ଦରଗଡ଼ – ଯୋଗେଶ କୁମାର ସିଂ
ନୂଆପଡା – ଅବନୀ ରଞ୍ଜନ ଯୋଶୀ
ସୁବର୍ଣ୍ଣପୁର – ସରୋଜ କୁମାର କମ୍ପା

Spread the love