୨୦୨୭ ମାର୍ଚ୍ଚ ୧ରୁ ଦେଶରେ ହେବ ଜନଗଣନା
୧୬ବର୍ଷ ପରେ ଦେଶରେ ଆରମ୍ଭ ହେବ ଜନଗଣନା । ୨୦୨୭ ମାର୍ଚ୍ଚ ୧ରୁ ଦେଶବ୍ୟାପୀ ଜନଗଣନା କାର୍ଯ୍ୟ ଆରମ୍ଭ ହେବ। ଏଥର ସେନସସରେ ସାମିଲ ହେବ ଜାତିଭିତ୍ତିକ ଜନଗଣନା । ଦୁଇଟି ପର୍ଯ୍ୟାୟରେ ହେବ ସେନସସ । ପ୍ରଥମ ପର୍ଯ୍ୟାୟରେ ଦେବାକୁ ଥିବା ଜନଗଣନାରେ ଗୃହତାଲିକା ରହିବ। ଏଥିରେ ଘରଗୁଡ଼ିକର ତଥ୍ୟ ସଂଗ୍ରହ କରାଯିବ ।
ଏଥିରେ ଘରଗୁଡ଼ିକର ପ୍ରକାର, ସୁବିଧା ଓ ସଂପତ୍ତି ନେଇ ତଥ୍ୟ ରହିବ। ଦ୍ବିତୀୟ ପର୍ଯ୍ୟାୟ ଜନଗଣନା ୬ରୁ ୮ମାସ ବ୍ଯବଧାନରେ ହେବ। ଏଥିରେ ବ୍ୟକ୍ତିଗତ ତଥ୍ୟ ଯଥା ବୟସ, ବୈବାହିକ ସ୍ଥିତି, ଧର୍ମ, ଜାତି, ମାତୃଭାଷା,ଶିକ୍ଷା, ଅକ୍ଷମତା, ଅର୍ଥନୈତିକ କାର୍ଯ୍ୟକଳାପ, ପ୍ରବାସ ଓ ମହିଳାଙ୍କ ପାଇଁ ପ୍ରଜନନ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରାଯିବ। ଡିଜିଟାଲ ଭାବେ ହେବ ଜନଗଣନା ।
୩୩ଲକ୍ଷ ଗଣନାକାରୀ ନିଜ ସ୍ମାର୍ଟଫୋନ ବ୍ୟବହାର କରି ତଥ୍ୟ ସଂଗ୍ରହ କରିବେ। ଡିଜିଟାଲ ଗଣନା ହେଲେ ମଧ୍ୟ କାଗଜ ଆଧାରିତ ବିକଳ୍ପ ରହିବ । ଏହି ପ୍ରକ୍ରିୟା ଅଫିସ ଅଫ ରେଜିଷ୍ଟ୍ରାର ଆଣ୍ଡ ସେସନସ କମିସନର ଅଧିନରେ ରହିବ। ଓଡ଼ିଶାରେ ଜନଗଣନା ଓ ଏନପିଆର କାର୍ଯ୍ୟ ତଦାରଖ କରିବେ ୨୦୧୨ ବ୍ୟାଚ ଆଇଏଏସ ଅଧିକାରୀ ନିଖିଲ ପବନ କଲ୍ୟାଣ।
ଜନଗଣନା କାର୍ଯ୍ୟ ନିର୍ଦ୍ଦେଶକ- ଡିସିଓ ଭାବେସେ ୨୦୨୧ ବିଳମ୍ବିତ ଜନଗଣନା କାର୍ଯ୍ୟର ପ୍ରସ୍ତୁତିମୂଳକ କାର୍ଯ୍ୟକୁ ତଦାରଖ କରିବେ। ସେ ଜନଗଣନା କାର୍ଯ୍ୟର ନିରୀକ୍ଷଣ କରିବା ସହ ଗଣନାକାରୀ ଓ ତଦାରଖକାରୀଙ୍କ ନିଯୁକ୍ତି ଦାୟିତ୍ବରେ ରହିବେ । ଡିସିଓ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଜନଗଣନା ସମ୍ବନ୍ଧୀୟ ସମସ୍ତ ବିଷୟରେ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରିବେ। ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲା ମାଜିଷ୍ଟ୍ରେଟ ଓ ସ୍ଥାନୀୟ ଅଧକାରୀଙ୍କ ସହ ସମନ୍ବୟ ରକ୍ଷା କରିବ ।
