୨୬ରେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ଆସନ୍ତା ୨୬ ତାରିଖରେ ଏକାମ୍ର କ୍ଷେତ୍ରାଧିପତି ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ହାତରେ ଅଳ୍ପ ସମୟ ଥିବାରୁ ଦିନ ରାତି ଏକ କରି ରଥ ଖଳାରେ ରଥ ଗଢ଼ୁଛନ୍ତି ମହାରଣା ସେବାୟତ। ଚାଲିଛି ରଥ ନିର୍ମାଣ। ନେତ୍ର ଉତ୍ସବ ପୂର୍ବରୁ ଶେଷ ସ୍ପର୍ଶ ପାଇବ ରୁକୁଣା ରଥ। ସେପଟେ ପ୍ରଶାସନର ବଡ଼ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଉ ତିନି ଦିନ। ଦେଉଳରୁ ବାହାରି ଆସିବେ ଦିଅଁ। ଅଗଣିତ ଭକ୍ତଙ୍କୁ ରଥାରୁଢ଼ ହୋଇ ଦର୍ଶନ ଦେବେ ପ୍ରଭୁ ଲିଙ୍ଗରାଜ। ରଥରେ ଝୁଲି ଝୁଲି ଯିବେ ମାଉସୀ ମା’ ଘର। ଏଥିପାଇଁ ଲିଙ୍ଗରାଜ ମନ୍ଦିର ଠାରୁ ଆରମ୍ଭ କରି ମାଉସୀ ମା’ ଘର ରାମେଶ୍ୱର ମନ୍ଦିର ଯାଏ ଚାଲିଛି ପ୍ରସ୍ତୁତି । ପ୍ରଶାସନର ନିଷ୍ପତ୍ତି ଅନୁସାରେ ୨୫ ତାରିଖ ନେତ୍ର ଉତ୍ସବ ପୂର୍ବରୁ ଶେଷ ହେବା ରଥ କାମ। ସେଠୀ ପାଇଁ ରଥଙ୍ଗଢ଼ିବାରେ ବ୍ୟସ୍ତ ସେବାୟତ।
ରଥ କାଠ ଅନୁକୂଳ ପରେ ରଥ ଗଢ଼ିବାରେ ବ୍ୟସ୍ତ ୬୧ ଜଣ ସେବାୟତ ।

ଗଢ଼ା ହେଉଛି ୪୫ ଫୁଟ ଉଚ୍ଚତା ଓ ୨୭ ଫୁଟ ଓସାର ରଥ । ଚକଡେରା ପରେ ଅଖଲଗା, ପାଞ୍ଚ ଦଣ୍ଡା ଓରାଲଗି, ଚାରି ନାହାକା, ପ୍ରଥମ ଭୂଇଁ, ଦ୍ୱିତୀୟ ଭୂଇଁ ଓ ତୃତୀୟ ଭୂଇଁ, ପାର୍ଶ୍ୱ ଦଣ୍ଡା, ଘର ଭଙ୍ଗା ପ୍ରମୁଖ ଲାଗି ସାରିଛି। ଆଜି ପୋଟଳ ଓ ପାରାଭାଡ଼ି ସହ ଚାରି ଦ୍ୱାର ଲାଗିବା ନେଇ କାମରେ ଲାଗିଛନ୍ତି ସେବାୟତ। ମହାରଣା ସେବାୟତଙ୍କ ସମେତ କମାର ସେବାୟତ, ଦର୍ଜି ସେବାୟତ, ଚିତ୍ରକର ମାନେ କାମରେ ଲାଗିଛନ୍ତି।

Spread the love