ଆସାମ, କେରଳ ଓ ପୁଡୁଚେରୀରେ ଆଜି ମତଦାନ, ୬ କୋଟି ଭୋଟର ନିର୍ଦ୍ଧାରଣ କରିବେ ଭାଗ୍ୟ
ତିନି ରାଜ୍ୟରେ ଏକ ପର୍ଯ୍ୟାୟରେ ଭୋଟ୍ ଆସାମରେ ହମନ୍ତ ବିଶ୍ୱଶର୍ମା ଓ ଗୌରବ ଗୋଗେଇଙ୍କ ମଧ୍ୟରେ ମୁକାବିଲା ହେବ । ସେହିପରି କେରଳରେ ଏଲଡିଏଫ ଓ ୟୁଡିଏଫ ମଧ୍ୟ ସିଧା ସଳଖ ଟକ୍କର ହେବ । ଆଉ ପୁଡୁଚେରୀରେ ଏନଡିଏ-ୟୁପିଏ ମଧ୍ୟରେ ଲଢ଼େଇ ହେବ । ଆସାମରେ ୭୨୨ ପ୍ରାର୍ଥୀ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି, କେରଳର ସର୍ବାଧିକ ୮୬୩ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେହିପରି ପୁଡୁଚେରୀରେ ୨୯୪ ପ୍ରାର୍ଥୀଙ୍କ ଆଜି ଭାଗ୍ୟ ପରୀକ୍ଷା ହେବ । ଆସାମରେ ୧୨୬ ଆସନରେ ଭୋଟ ଗ୍ରହଣ
ମୋଟ ଭୋଟର ସଂଖ୍ୟା ୨ କୋଟି ୫୦ ଲକ୍ଷ
ପୁରୁଷ ଭୋଟର- ୧ କୋଟି ୨୫ ଲକ୍ଷ
ମହିଳା ଭୋଟର – ୧ କୋଟି ୨୫ ଲକ୍ଷ
୩୧ ହଜାର ୪୯୦ ବୁଥରେ ହେବ ମତଦାନ
ବିଧାନସଭା ପାଇଁ ମ୍ୟାଜିକ ନମ୍ୱର ୬୨
୭୨୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର
୧୦ ବର୍ଷ ହେଲା କ୍ଷମତାରେ ବିଜେପି ସରକାର
କ୍ଷମତା ବଜାୟ ରଖିବାକୁ ହିମନ୍ତ ବିଶ୍ୱଶର୍ମାଙ୍କ ଉଦ୍ୟମ
କଂଗ୍ରେସକୁ କ୍ଷମତାସୀନ କରିବା କୁ ଗୌରବ ଗୋଗେଇଙ୍କ ପ୍ରୟାସ
ମହିଳା ଭୋଟରଙ୍କ ମଧ୍ୟରେ ଗୋଗେଇଙ୍କ ଲୋକପ୍ରିୟତା ବଢିଛି
ଜୁଲକବାରୀ, ଜୋରହାଟ, ଶିବସାଗର, ଦିସପୁର ଆସନରେ ଜୋରଦାର ଟକ୍କର
କେରଳରେ ୧୪୦ ଆସନରେ ମତଦାନ
ମୋଟ ଭୋଟର ସଂଖ୍ୟା ୨ କୋଟି ୭୦ ଲକ୍ଷ
ପୁରୁଷ ଭୋଟର- ୧ କୋଟି ୩୨ ଲକ୍ଷ
ମହିଳା ଭୋଟର – ୧ କୋଟି ୩୯ ଲକ୍ଷ
ବିଧାନସଭା ପାଇଁ ମ୍ୟାଜିକ ନମ୍ୱର ୭୧
୨୦୧୬ରୁ ପିନରାଇ ବିଜୟନ ମୁଖ୍ୟମନ୍ତ୍ରୀ ଅଛନ୍ତି
ପିନରାଇ ନେତୃତ୍ୱରେ ଏଲଡିଏଫ ସରକାର ଚାଲିଛି
ଏଲ୍ଡିଏଫ-ୟୁଡିଏଫ୍ ମଧ୍ୟରେ ସିଧାସଳଖ ଲଢ଼େଇ
୮୩୩ ପ୍ରାର୍ଥୀଙ୍କ ଆଜି ଭାଗ୍ୟ ପରୀକ୍ଷା
ରାଜ୍ୟରେ ୩୦,୪୯୫ ପୁଲିଂ ବୁଥରେ ମତଦାନ
ପୁଡୁଚେରୀରେ ୩୦ ଆସନରେ ଭୋଟ ଗ୍ରହଣ
ମୋଟ ଭୋଟର ସଂଖ୍ୟା ୯ ଲକ୍ଷ ୪୪ ହଜାର
ପୁରୁଷ ଭୋଟର- ୪ ଲକ୍ଷ ୪୩ ହଜାର
ମହିଳା ଭୋଟର – ୫ ଲକ୍ଷ
ବିଧାନସଭା ପାଇଁ ମ୍ୟାଜିକ ନମ୍ୱର ୧୬
୨୯୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର
