ଭାଲୁ ସହ ଲଢ଼ି ଜୀବନ ବଞ୍ଚାଇଲେ ସାଧୁ

ମାଲକାନଗିରି: ଜଙ୍ଗଲରେ ଭାଲୁ-ମଣିଷ ଲଢ଼େଇ । ଭାଲୁ ସହ ଲଢ଼ି ଜୀବନ ବଞ୍ଚେଇଲେ ସାଧୁ ହନ୍ତାଳ। ମାଲକାନଗିରି ଜିଲ୍ଲା ପୋଟ୍ରେଲ ଅଞ୍ଚଳର ଜଣେ ବ୍ୟକ୍ତି ନିଜ ଜୀବନ ବଞ୍ଚେଇବା ପାଇଁ ଜଙ୍ଗଲରେ ଭାଲୁ ସହ ଲଢ଼େଇ କରିଛନ୍ତି । ସାଧୁ ହନ୍ତାଳ ନାମକ ଜଣେ ଯୁବକ ଜଙ୍ଗଲକୁ ଯିବା ସମୟରେ ଭାଲୁ ତାଙ୍କ ଉପରେ ହଠାତ୍ ଆକ୍ରମଣ କରିଥିଲା । ଭାଲୁର ଆକ୍ରମଣ ଦେଖି ସାଧୁ ମଧ୍ୟ ନିଜ ଜୀବନ ବଞ୍ଚେଇବା ପାଇଁ ଭାଲୁ ସହ ଲଢ଼େଇ କରିଥଲେ । ଶେଷରେ ଭାଲୁ ଜଙ୍ଗଲ ମଧ୍ୟକୁ ପଳାଇଥିଲା ।

ଗାଁ ଲୋକ ଆମ୍ବୁଲାନ୍ସ ଯୋଗେ ସାଧୁ କୁ ପ୍ରଥମେ କୋରୁକୋଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର ପରେ ମାଲକାନଗିରି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇ ଚିକିସ୍ୟା କରାଯାଉଛି । ଭାଲୁର ଆକ୍ରମଣରେ ସାଧୁର ମୁଣ୍ଡ , ହାତ , ମୁହଁ ରେ ଆଘାତ ହୋଇଥିବା ଦେଖିବାକୁ ମିଳିଛି । ଜଙ୍ଗଲକୁ ଯାଉଥିବା ସମୟରେ ଏଭଳି ଅପ୍ରତ୍ୟାଶିତ ଭାବେ ଭାଲୁ ଆକ୍ରମଣ କରିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ଯାତାୟାତ କରିବା ସମୟରେ ସତର୍କ ରହିବାକୁ ଏହି ଘଟଣା ପୁଣି ଥରେ ସୂଚାଇ ଦେଇଛି ।

Spread the love

Leave a Reply

Your email address will not be published. Required fields are marked *