ଓଏମ୍‌ସି ଦ୍ୱାରା ପରିଚାଳିତ ଓଏମ୍ଏଭି ବଡ଼ବିଲରେ ସ୍ୱାସ୍ଥ୍ୟ ଶିବିର, ୧୭୧ ଛାତ୍ରଛାତ୍ରୀଙ୍କ ହେଲା ସ୍ୱାସ୍ଥ୍ୟ ପରୀକ୍ଷା

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦେଇ ଓଡ଼ିଶା ଖଣି ନିଗମ (OMC) ପକ୍ଷରୁ ବଡ଼ବିଲସ୍ଥିତ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ (OMAV) ପରିସରରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଛି । ଓଏମ୍‌ସିର ମୋବାଇଲ୍ ହେଲଥ୍ ୟୁନିଟ୍ (MHU) ଟିମ୍ ଦ୍ୱାରା ଆୟୋଜିତ ଏହି ଶିବିରରେ ମୋଟ ୧୭୧ ଜଣ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।

ପରୀକ୍ଷା ସମୟରେ କିଛି ଛାତ୍ରଛାତ୍ରୀଙ୍କଠାରେ ଜ୍ୱର, ଗଣ୍ଠି ଯନ୍ତ୍ରଣା ସମେତ ବିଭିନ୍ନ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ଚିହ୍ନଟ ହୋଇଥିଲା । ସେମାନଙ୍କୁ ଡାକ୍ତରଙ୍କ ପରାମର୍ଶ ସହ ଆବଶ୍ୟକତା ଅନୁଯାୟୀ ଔଷଧ ମଧ୍ୟ ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ, ସାଧାରଣ ରୋଗର ପ୍ରାଥମିକ ସ୍ତରରେ ଚିହ୍ନଟ ଏବଂ ସମୟୋପଯୋଗୀ ଚିକିତ୍ସା ପରାମର୍ଶ ପ୍ରଦାନ ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଓଏମ୍ଏଭି ହେଉଛି ଓଏମ୍‌ସିର ଏକ ଶିକ୍ଷାମୂଳକ ପଦକ୍ଷେପ । ଖଣି ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସହ ସେମାନଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଉଛି ।

ଏହି ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ସହ ରୋଗର ପ୍ରାରମ୍ଭିକ ଚିହ୍ନଟ ଓ ଚିକିତ୍ସା ସୁବିଧା ଉପଲବ୍ଧ ହୋଇଛି । ଶିକ୍ଷା ସହ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ଗୁରୁତ୍ୱ ଦେଇ ଏଭଳି ଜନକଲ୍ୟାଣମୂଳକ ପଦକ୍ଷେପ ଜାରି ରଖିବାକୁ ଓଏମ୍‌ସିର ପ୍ରତିବଦ୍ଧତା ପ୍ରକାଶ ପାଇଛି ।

Spread the love