କମିଶନରେଟ ପୋଲିସ ହାତରେ ବାଇକ ଚୋର ଗ୍ୟାଙ୍ଗ, ୧୫ରୁ ଅଧିକ ଚୋରା ବାଇକ ଜବତ

ଭୁବନେଶ୍ୱର : କମିଶନରେଟ ପୋଲିସ ହାତରେ ବାଇକ ଚୋର ଗ୍ୟାଙ୍ଗ । ରାଜଧାନୀରେ ମାତିଥିବା ବାଇକ ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ନୟାପଲ୍ଲୀ ଥାନା ପୋଲିସ । ଦିନ ଦ୍ୱିପହରରେ ସହରର ବିଭିନ୍ନ ସ୍ଥାନରେ ଘୁରି ବୁଲି ସୁବିଧା ଦେଖି ବାଇକ ଚୋରି କରୁଥିଲେ ଅଭିଯୁକ୍ତ । ଗ୍ୟାଙ୍ଗର ମୁଖ୍ୟ ବାଇକ ଚୋରିରେ ଉସ୍ତାଦ ଥିବା ବେଳେ ଚୋରି ପରେ ଆଖି ପିଛୁଳାକେ ଗାଡିକୁ ଗାଏବ କରିଦେଉଥିଲେ ।

ଏହି ଗ୍ୟାଙ୍ଗ କେବଳ ସାଧାରଣ ଲୋକଙ୍କୁ ନୁହେଁ, ପୋଲିସ କର୍ମଚାରୀଙ୍କୁ ମଧ୍ୟ ଛାଡିନଥିଲେ । କିଛି ପୋଲିସ କର୍ମଚାରୀଙ୍କ ବାଇକ ମଧ୍ୟ ଚୋରି କରିଥିବା ଜଣାପଡିଛି । ଚୋରି ପରେ ଗାଡିର ନମ୍ବର ପ୍ଲେଟ ବଦଳାଇ ବାହାର ରାଜ୍ୟରେ ବିକ୍ରି କରୁଥିଲେ ଅଭିଯୁକ୍ତ । ତେବେ ନୟାପଲ୍ଲୀ ଥାନା ପୋଲିସ ଚଢାଉ କରି ୩ ଜଣ ବାଇକ ଚୋରଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୧୫ରୁ ଅଧିକ ଚୋରା ବାଇକ ଜବତ କରାଯାଇଛି । ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *