ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ୍, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
ଭୁବନେଶ୍ୱର: ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ୍ । ରାଜଧାନୀ ଭୁବନେଶ୍ୱରର ଏକାମ୍ର କାନନ ରାସ୍ତାରେ ବିଳମ୍ବିତ ରାତିରେ ଘଟିଛି ଏହି ଅଗ୍ନିକାଣ୍ଡ । ଟ୍ରକ୍ର ସାମ୍ନା ଭାଗ ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ନିଆଁ ଲାଗିବାର କାରଣ ଏବେ ବି ଅସ୍ପଷ୍ଟ ରହିଛି।
ସୂଚନା ଅନୁଯାୟୀ, ଏକାମ୍ର କାନନ ରାସ୍ତାରେ ରାତିରେ ଏକ ଟ୍ରକ୍ରେ ହଠାତ୍ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ଟ୍ରକ୍ର ସାମ୍ନା ଭାଗକୁ ବ୍ୟାପି ଯାଇଥିଲା। ଖବର ପାଇ ମୈତ୍ରୀବିହାର ଥାନା ପୋଲିସ ଓ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଟ୍ରକ୍ରେ କେହି ଜାଣିଶୁଣି ନିଆଁ ଲଗାଇଛି, ନା ସର୍ଟସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି, ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ ସିସିଟିଭି ଫୁଟେଜ୍ ସଂଗ୍ରହ କରି ତଦନ୍ତ ଚଳାଇଛି। ଟ୍ରକ୍ରେ କୌଣସି ମାଲ୍ ନଥିବାରୁ ମାଲ୍ପତ୍ରର କ୍ଷତି ହୋଇନାହିଁ ।
ସବୁଠାରୁ ଚିନ୍ତାଜନକ କଥା ହେଉଛି, ଗତ ଏକ ମାସ ମଧ୍ୟରେ ତିନିରୁ ଅଧିକ ଗାଡ଼ିରେ ନିଆଁ ଲାଗିଥିବା ସୂଚନା ମିଳିଛି । ତେଣୁ ଏହି ଘଟଣାର ପ୍ରକୃତ କାରଣ ଜାଣିବାକୁ ପୋଲିସର ତଦନ୍ତ ଉପରେ ନଜର ରହିଛି ।
