ଗାଁ ଦାଣ୍ଡରେ ବୁଲିଲା ଖଣ୍ଡା, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ରାଜନଗର : ଗାଁ ଦାଣ୍ଡରେ ବୁଲିଲା ଖଣ୍ଡା। ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଢୋଲମରା ଗାଁରେ ଅଭାବନୀୟ ଘଟଣା ଘଟିଛି। ଆହତ ଯୁବକ ହେଲେ ଦିବ୍ୟରଞ୍ଜନ ସାମଲ। ସେ ଦୋକାନ ବନ୍ଦ କରି ଘରକୁ ଫେରୁଥିବାବେଳେ ସେହି ଗାଁର କିଛି ଲୋକ ଅଟକାଇ ଗାଳି ଗୁଲଜ କରିଥିଲେ। ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ରାଗିଯାଇ ଦିବ୍ୟରଞ୍ଜନଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ କିଛି ଯୁବକ। ତାଙ୍କୁ ଗୁରୁତର ଅବସ୍ଥାରେ ରାଜନଗର ନିଆଯାଇଥିଲା। ସେଠାରୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି।

ଗତ କିଛି ଦିନ ତଳେ ପୂର୍ବ ଶତ୍ରୁତାକୁ ନେଇ ରାଜଧାନୀରେ ଖଣ୍ଡ ବୁଲିଥିଲା । ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହାଣିଥିଲେ ଦୁର୍ବୃତ୍ତ । ଏଭଳି ଅଭାବନୀୟ ଘଟଣା ଧଉଳି ଥାନା ନୂଆଗାଁ ଅଞ୍ଚଳରେ ଘଟିଥିଲା । ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ଯୁବକଙ୍କ ମୁଣ୍ଡ ଓ ହାତରେ ଗୁରୁତର ଆଘାତ ଲାଗିଥିଲା । ଆହତ ଯୁବକ ଥିଲେ ସୁବୁନ ଧିର। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *