ଗିରଫ ହେଲେ ଟିଏମସିର ପୁଷ୍ପା, ବିଦେଶ ଫେରାର ହେବାକୁ କରୁଥିଲେ ଯୋଜନା

କୋଲକତା : ଫାଲଟାରୁ ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନଙ୍କୁ ଗିରଫ କରିଛି ଏସଟିଏଫ । ପଶ୍ଚିମବଙ୍ଗ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (STF) ନେପାଳ ସୀମା ପାଖରୁ ତାଙ୍କୁ ଗିରଫ କରିଛି । ବିଦେଶ ଫେରାର ହେବା ନେଇ ଯୋଜନା କରୁଥିଲେ ଜାହାଙ୍ଗୀର ଖାନ । ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବ୍ୟାପକ ହିଂସାକାଣ୍ଡ ଘଟାଇ ଦୀର୍ଘ ଦିନ ଧରି ଫେରାର ଥିବା ତୃଣମୂଳ କଂଗ୍ରେସ ନେତା ଜହାଙ୍ଗୀର ଖାନଙ୍କୁ ଏସଟିଏଫ ଗିରଫ କରିଛି ।

ଜାହାଙ୍ଗୀର ଖାନଙ୍କ ବିରୋଧରେ କେବଳ ନିର୍ବାଚନୀ ହିଂସା ନୁହେଁ, ବରଂ ଦାଦାବଟି ମାଗିବା, ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ଭୟଭୀତ କରାଇବା, ରାଜନୈତିକ ଆକ୍ରୋଶମୂଳକ ହିଂସା ଘଟାଇବା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ କରିବା ଭଳି ପ୍ରାୟ ୭ରୁ ଅଧିକ ସଙ୍ଗୀନ ଅପରାଧିକ ମାମଲା ରହିଛି । ଏହିସବୁ ମାମଲାରେ ପୁଲିସ ତାଙ୍କୁ ଖୋଜୁଥିବା ବେଳେ ସେ ବିଭିନ୍ନ ସ୍ଥାନରେ ଆତ୍ମଗୋପନ କରି ଶେଷରେ ନେପାଳ ଖସିଯିବାକୁ ଯୋଜନା କରୁଥିଲେ ।

ଫାଲ୍ଟା ନିର୍ବାଚନ ସମୟରେ ଜହାଙ୍ଗୀର ଖାନଙ୍କ ବିରୋଧରେ ଇଭିଏମ୍ ମେସିନ ଟାମ୍ପଂରି କରିବା ଏବଂ ବ୍ୟାପକ ହିଂସା ସୃଷ୍ଟି କରିବା ଭଳି ଗୁରୁତର ଅଭିଯୋଗ ଆସିଥିଲା । ହିଂସା ଯୋଗୁଁ ନିର୍ବାଚନ କମିଶନ ଭୋଟ୍ ଗ୍ରହଣ ସ୍ଥଗିତ ରଖି ପରେ ନିର୍ବାଚନକୁ ରଦ୍ଦ କରିଦିଆଯାଇଥିଲା । ଏହାପରେ ମେ ୨୬ ରେ ସେଠାରେ ପୁନଃ ମତଦାନ ହୋଇଥିଲା । ତେବେ ମତଦାନର ଠିକ୍ ଦୁଇ ଦିନ ପୂର୍ବରୁ ଜହାଙ୍ଗୀର ହଠାତ୍ ନିଜକୁ ନିର୍ବାଚନରୁ ଦୂରେଇ ନେଇଥିଲେ ।

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଫଳାଫଳ ପରେ ଜାହାଙ୍ଗୀର ଖାନ୍ ଫେରାର ଥିଲେ । ନିର୍ବାଚନ ସମୟରେ ଜାହାଙ୍ଗୀର ଖାନ୍ ନିଜର ଦବଙ୍ଗଗିରି ଏବଂ ବିବାଦୀୟ ବୟାନ ପାଇଁ ବେଶ୍ ଚର୍ଚ୍ଚାରେ ଥିଲେ । ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିବା ଦକ୍ଷ ଆଇପିଏସ୍ ଅଫିସର ଅଜୟପାଲ ଶର୍ମାଙ୍କ ସହ ତାଙ୍କର ତୀବ୍ର ବିବାଦ ହୋଇଥିଲା । ଆଇପିଏସ୍ ଶର୍ମାଙ୍କ କଡ଼ା ଆଭିମୁଖ୍ୟ ପରେ ଜହାଙ୍ଗୀର ଖାନ୍ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ ଦେଇ କହିଥିଲେ, “ଯଦି ଅଜୟପାଲ ଶର୍ମା ସିଙ୍ଘମ୍, ତେବେ ମୁଁ ହେଉଛି ପୁଷ୍ପା… ପୁଷ୍ପା କେବେ ଝୁକିବ ନାହିଁ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ପ୍ରଥମ ଥର ପାଇଁ ଏତେ ବଡ଼ ସଫଳତା ପାଇଛି ବିଜେପି । ବିଜେପି ଜିତିବା ପରେ କେଉଁଆଡେ ଫେରାର ଥିଲେ ଜାହାଙ୍ଗୀର ଖାନ ।

Spread the love

Leave a Reply

Your email address will not be published. Required fields are marked *