ଜାହାଜ ଲୋଡିଂ ସମୟରେ କ୍ରେନ ବକେଟରୁ ଖସିଲା ଲୁହାପଥର, ହାଇଓ୍ବା ଡ୍ରାଇଭର ମୃତ
ପାରାଦୀପ : ବନ୍ଦର ନିଶିଦ୍ଧାଞ୍ଚଳରେ ଘଟିଛି ଅଘଟଣ । ଜାହାଜ ଲୋଡିଂ ସମୟରେ କ୍ରେନ ବକେଟ୍ ରୁ ଲୁହାପଥର ଖସି ଘଟଣାସ୍ଥଳରେ ହାଇଓ୍ବା ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ବନ୍ଦର CQ-1 ବର୍ଥ ରେ ଘଟିଛି ଏଭଳି ଘଟଣା । ବର୍ଥରେ ଲାଗିଥିବା “ଜିନ୍ ହାଇ ହେ” (XIN HAI HE ) ଜାହାଜ ରେ ଲୁହାପଥର ଲୋଡିଂ ସମୟରେ କ୍ରେନ୍ ବକେଟ୍ ରେ ଲାଗିଥିବା ଲୁହା ପଥର ହାଇଓ୍ବା କେବିନ୍ ଉପରେ ଖସି ପଡ଼ିଥିଲା । ହାଇୱା ଗାଡ଼ିର କ୍ୟାବିନ ଭାଙ୍ଗି ତଳେ ପଡିଯାଇଥିଲା । ଫଳରେ ଆଇପିଟି ଡ୍ରାଇଭର ସରୋଜ ଖିଲାରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ବନ୍ଦର ଅଧିକାରୀ, ସିଆଇଏସଏଫ ଓ ମେରାଇନ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି ।
