ଝାରପଡ଼ାରେ ଦୁର୍ଗାପୂଜା ତୋରଣକୁ କେନ୍ଦ୍ର କରି ୨ ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ୱର : ପାର୍ବଣ ପୂର୍ବରୁ ଅଶାନ୍ତ ରାଜଧାନୀ । ଭୁବନେଶ୍ୱରଝାରପଡ଼ା  ଅଞ୍ଚଳରେ ୨ ଗୋଷ୍ଠୀ ମୁହାଁମୁହିଁ । ଦୁର୍ଗାପୂଜା ତୋରଣକୁ କେନ୍ଦ୍ର କରି ଉତ୍ତେଜନା । ରାସ୍ତା ଉପରେ ତୋରଣ ନିର୍ମାଣକୁ ଗୋଟିଏ କମିଟିର ବିରୋଧ । ତୋରଣ ନିର୍ମାଣକୁ ପୋଲିସ ରୋକିବା ପରେ ଉତ୍ତେଜନା ଦେଖାଦେଇଥିଲା ।

ଘଟଣାସ୍ଥଳରେ ଶତାଧିକ ଲୋକ ହୋହଲ୍ଲା କରିଥିଲେ । ବର୍ତ୍ତମାନ ପୁରୁଣା ଦୁର୍ଗାପୂଜା କମିଟିର ତୋରଣ କାର୍ଯ୍ୟ ବନ୍ଦ ରହିଥିବା ବେଳେ ଏହାକୁ ବିରୋଧ କରିଛି ଝାରପଡ଼ା ପୁରୁଣା ଦୁର୍ଗାପୂଜା କମିଟି । ଲକ୍ଷ୍ମୀସାଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା ।

Spread the love

Leave a Reply

Your email address will not be published. Required fields are marked *