ଲାଞ୍ଚ କାରବାର ଅଭିଯୋଗରେ ଗୋଲମୁଣ୍ଡା ତହସିଲଦାର ଗିରଫ, ଡ୍ରାଇଭର ସହ କୋର୍ଟ ଚାଲାଣ
କଳାହାଣ୍ଡି : ଗୋଲମୁଣ୍ଡା ତହସିଲଦାର ଗିରଫ। ଡ୍ରାଇଭରଙ୍କ ସହ ଭବାନୀପାଟଣା ଭିଜିଲାନ୍ସ କୋର୍ଟକୁ ଚାଲାଣ । ଲାଞ୍ଚ କାରବାର ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଥିବା କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ। ୧୦ ହଜାର ଟଙ୍କା ଲାଞ୍ଚ ମାମଲାରେ ଗୋଲମୁଣ୍ଡା ତହସିଲଦାର ଗିରଫ।
ଚନ୍ଦନ କୁମାର ନାୟକ ଓ ତାଙ୍କ ଡ୍ରାଇଭର ପଙ୍କଜ ସିପକାଙ୍କୁ ଭିଜିଲାନ୍ସ ଗିରଫ ପରେ ଭବାନୀପାଟଣାସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ଙ୍କ ଅଦାଲତକୁ ଚାଲାଣ କରିଛି । ଜଣେ ଆବେଦନକାରୀଙ୍କ କୃଷି ଜମିକୁ ଘରବାଡ଼ି କିସମକୁ ପରିବର୍ତ୍ତନ କରିବା ସହ ତାଙ୍କ ନାଁରେ ଜମିର ରେକର୍ଡ ଅଫ୍ ରାଇଟ୍ସ ଜାରି କରିବା ପାଇଁ ତହସିଲଦାର ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଲାଞ୍ଚ ଟଙ୍କା ନେବା ସମୟରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ତହସିଲଦାର ଓ ତାଙ୍କ ଡ୍ରାଇଭରଙ୍କୁ ଧରିଥିଲା। ଏନେଇ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ।
