ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍, ହେଲପର ମୃତ ଓ ୧୪ ଯାତ୍ରୀ ଗୁରୁତର

ଅନୁଗୁଳ: ଅନୁଗୁଳରୁ ଆସିଛି ବଡ଼ ଖବର । ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍ । ହେଲପର ମୃତ । ୧୪ ଜଣ ଯାତ୍ରୀ ଗୁରୁତର । ଅନୁଗୁଳ ଜିଲ୍ଲାର ହଣ୍ଡପା ଥାନା ଲୁହାମୁଣ୍ଡା ଫ୍ଲାଏ ଓଭର ଉପରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଭୁବନେଶ୍ୱରରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ‘ଦିଲଖୁସ’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଏକ ଟ୍ରକକୁ ପଛପଟୁ ଜୋରଦାର ଧକ୍କା ଦେଇଥିଲା । ଦୁର୍ଘଟଣା ବେଳେ ବସରେ ପ୍ରାୟ ୨୫ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାରେ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସସମ୍ତଙ୍କୁ ଉଦ୍ଧାର ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ହଣ୍ଡପା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ଗୁରୁବାର କୋରାପୁଟରେ ଅଳ୍ପକେ ବଡ଼ ଧରଣର ଅଘଟଣ ଟଳିଯାଇଥିଲା । ବ୍ରେକ୍ ଫେଲ୍ ହୋଇ ଏକ ଜରି ବୋଝେଇ ଆଇଚର୍ ଟ୍ରକ୍ ନିୟନ୍ତ୍ରଣ ହରାଇ ଏଚପି ଗ୍ୟାସ ଏଜେନ୍ସି ପରିସରକୁ ପସିଯାଇଥିଲା । ଦୁର୍ଘଟଣାରେ ରାସ୍ତା କଡ଼ରେ ଥିବା ୮ରୁ ଅଧିକ ବାଇକ୍ କ୍ଷତିଗ୍ରସ୍ତ ହୋଇଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଥିଲା ଅନେକ ଜୀବନ । କୋରାପୁଟ ୨୬ ନମ୍ବର ଜାତୀୟ ରାଜପଥରେ ଥିବା ସହର ପ୍ରବେଶ ପଥରେ ଆଜି ଘଟିଥିଲା ଏକ ଭୟାବହ ଦୁର୍ଘଟଣା ।

Spread the love

Leave a Reply

Your email address will not be published. Required fields are marked *