ଡେରଜଙ୍ଗ ଡ୍ୟାମ୍ ଚୌକିଦାର ହତ୍ୟା ଘଟଣା, ୧୦ ଜଣଙ୍କୁ ଆଜୀବନ ଜେଲ୍

ଅନୁଗୋଳ : Life Imprisonment ଅନୁଗୋଳ ଡେରଜଙ୍ଗ ଡ୍ୟାମ୍ ଚୌକିଦାର ହତ୍ୟା ଘଟଣାରେ ୩ ମହିଳାଙ୍କ ସମେତ ୧୦ ଜଣଙ୍କୁ ଆଜୀବନ ଜେଲ୍। ଡେରଜଙ୍ଗ ଡ୍ୟାମର ଚୌକିଦାର ଜଗନ୍ନାଥ ସେନାପତିଙ୍କ ହତ୍ୟା ମାମଲାରେ ଦଣ୍ଡାଦେଶ ଶୁଣାଇଛନ୍ତି ଅନୁଗୋଳ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍। ୩ ଜଣ ମହିଳାଙ୍କ ସମେତ ମୋଟ ୧୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ ଦେଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨୦୨୧ ସେପ୍ଟେମ୍ବର ୧୮ ତାରିଖ ରାତିରେ ହତ୍ୟାକାଣ୍ଡ ଘଟିଥିଲା। ମୁଖ୍ୟ ଅଭିଯୁକ୍ତ ବିନୋଦ ଦାସ ଭୋଜି ବାହାନାରେ ଜଗନ୍ନାଥଙ୍କୁ ଘରୁ ଡାକି ନେଇଥିଲା। ପରେ ଡେରଜଙ୍ଗ ଡ୍ୟାମ୍ ନିକଟରେ ସଂଘବଦ୍ଧ ଭାବେ ତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପୋଲିସ ଚାର୍ଜସିଟ୍ ଏବଂ ୧୯ ଜଣ ସାକ୍ଷୀଙ୍କ ବୟାନ ଆଧାରରେ କୋର୍ଟ ଏହି ମାମଲାରେ ଦଣ୍ଡାଦେଶ ଶୁଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *