ତାଣ୍ଡବ କରିବ କାଳବୈଶାଖୀ, ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ବର: ତାଣ୍ଡବ କରିବ କାଳବୈଶାଖୀ । ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ। ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ଝଡ଼ବର୍ଷା ହେବ । ଏହା ସହ ୫୦ ରୁ ୬୦ କିଲୋମିଟର ବେଗରେ ପବନ ହବିବା ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାକୁ ଆଜି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ଆଜି ଦକ୍ଷିଣ ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଅନ୍ୟପଟେ ମାର୍ଚ୍ଚ ରୁ ମେ ପାଣିପାଗ ପୂର୍ବାନୁମାନ ଜାରି କରିଛି IMD । ଅଧିକାଂଶ କ୍ଷେତ୍ରରେ ସ୍ୱଭାବିକରୁ ଅଧିକ ରହିବ ତାପମାତ୍ରା ।
ଚଳିତବର୍ଷ ଖୁବ୍ ଶୀଘ୍ର ଦେଶକୁ ଗ୍ରୀଷ୍ମର ଆଗମନ ହେବ। କେତେକ ସ୍ଥାନରେ ହିଟ-ୱେଭ ଦିନସଂଖ୍ୟା ମଧ୍ୟ ବଢିପାରେ । ତେବେ ଉତ୍ତର-ପଶ୍ଚିମ ଓ ମଧ୍ୟ ଭାରତର କେତେକ କ୍ଷେତ୍ରରେ ତାପମାତ୍ରା ସ୍ବଭାବିକରୁ ସାମାନ୍ୟ କମ୍ ମଧ୍ୟ ରହିପାରେ । ଅଧିକାଂଶ ସ୍ଥାନର ରାତି ତାପମାତ୍ରାରେ ମଧ୍ୟ ବୃଦ୍ଧି ହୋଇପାରେ । ଏଣୁ ଦିନରେ ଲୋକେ ଗରମରେ ସନ୍ତୁଳି ହୋଇ ରାତିରେ ବି ତ୍ରାହି ପାଇବେନି । ହେଲେ ଦକ୍ଷିଣ ଭାରତର କିଛି ଅଞ୍ଚଳ ଓ ଅନ୍ୟ ସ୍ଥାନରେ ରାତିର ତାପମାତ୍ରା ସ୍ୱଭାବିକ ଅଥବା ତା ଠାରୁ କମ ରହିପାରେ ।
