ଦିନିକିଆ ଛତିଶଗଡ଼ ଗସ୍ତରେ ଡ. ଅଚ୍ୟୁତ ସାମନ୍ତ, ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏଙ୍କ ସହ କଲେ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ୱର : ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏଙ୍କ ନିମନ୍ତ୍ରଣ କ୍ରମେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଦିନିକିଆ ଛତିଶଗଡ଼ ଗସ୍ତ କରିଥିଲେ । ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ସର୍ବଦା କିଟ୍‍, କିସ୍‍ ଓ ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟର ପ୍ରଶଂସା କରିଥାନ୍ତି ବୋଲି କହିଥିଲେ ।

ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ଛତିଶଗଡ଼ ବିଧାନସଭାର ବାଚସ୍ପତି ଡ. ରମଣ ସିଂ ଏବଂ ଛତିଶଗଡ଼ ରାଜ୍ୟପାଳ ରାମେନ୍ ଡେକାଙ୍କୁ ମଧ୍ୟ ଶ୍ରୀ ସାମନ୍ତ ସେମାନଙ୍କ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ସମସ୍ତ ନେତୃବର୍ଗ କିସ୍‍ର ଏକ ଶାଖା ଜନଜାତି ବହୁଳ ରାଜ୍ୟ ଛତିଶଗଡ଼ରେ କିଭଳି ପ୍ରତିଷ୍ଠା କରାଯାଇପାରିବ ସେ ନେଇ ଡକ୍ଟର ସାମନ୍ତଙ୍କ ସହ ଆଲୋଚନା କରିଥିଲେ ।

ଛତିଶଗଡ଼ରେ କିସ୍‍ର ଶାଖା ପ୍ରତିଷ୍ଠା ପାଇଁ ସେଠାକାର ସରକାର ଜମିଠାରୁ ଆରମ୍ଭ କରି ସମସ୍ତ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବେ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ । ତେବେ ଏହା ଉପରେ ବିସ୍ତୃତ ବିଚାର କରାଯାଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଡକ୍ଟର ଅଚ୍ୟୁତ ସାମନ୍ତ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *