ଦେଶୀ ଓ ବିଦେଶୀ ମଦ ସହିତ ବିଅର ଜବତ, ୪ ଗିରଫ
ସୋର : ଦେଶୀ ଓ ବିଦେଶୀ ମଦ ସହିତ ବିଅର ଜବତ । ବାଲେଶ୍ୱର ଅବକାରୀ ଅଧିକ୍ଷକ ଶେଖ ଅସଫ ଅଲ୍ଲୀଙ୍କ ନିର୍ଦ୍ଦେଶକ୍ରମେ ବେଆଇନ ଭାବେ ମଦ ବିକ୍ରୀ କରୁଥିବା ଅଭିଯୋଗ । ମଦ ଜବତ ସହିତ ୪ଜଣକୁ ଗିରଫ କରାଯାଇଛି । ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ହୋଇଥିଲା । ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଖଇରା ବ୍ଳକ ଅନ୍ତର୍ଗତ ଅନ୍ତରା ବଜାର ଓ ଖଇରା ଥାନା ଅନ୍ତର୍ଗତ ଧୋବାଗଡ଼ିଆ ଛକ, ଗାନ୍ଧୀ ଛକ ଓ ଶରତ ଗାଁରେ ଚଢ଼ାଉ କରାଯାଇଛି । ସେଠାରୁ ୩୦ ଲିଟର ଦେଶୀ ମଦ, ୧୫.୮୪୦ ଲିଟର ବିଦେଶୀ ମଦ ଓ ୧୫.୬୦୦ ଲିଟର ବିଅର ଜବତ କରାଯାଇଛି ।
ଅନ୍ତରା ଗ୍ରାମର କମଳାକାନ୍ତ ବେହେରା, ଗଗନଧୂଳି ଗ୍ରାମର ମହେନ୍ଦ୍ର ପୁଣ୍ଟି, ଶରତ ଗ୍ରାମର ଭାଗିରଥି ପାତ୍ର ଏବଂ ଧୋବାଗଡ଼ିଆ ଗ୍ରାମର ସୁଶାନ୍ତ କୁମାର ଦାସଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୪୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ଖଇରା ଅବକାରୀ ଥାନା ସହ ଉପ-ନିରୀକ୍ଷକ ଦୀପିକା ପରିଡ଼ା ଓ କନେଷ୍ଟବଳ ଦେବାଶିଷ ମଲ୍ଲିକ ପ୍ରଭୃତି ସାମିଲ ଥିଲେ । ଏନେଇ ଖଇରା ଅବକାରୀ ଥାନା ପକ୍ଷରୁ ୪ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।
