୭୪ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଡିଲ୍ ବେଳେ ମାଡ଼ି ବସିଲା ଅବକାରୀ ଟିମ୍ , ୩ ଗିରଫ

ଭୁବନେଶ୍ୱର : ବ୍ରାଉନ୍ ସୁଗାର ଡିଲ୍ ବେଳେ ମାଡ଼ି ବସିଲା ଅବକାରୀ ଟିମ୍, ୩ ଗିରଫ ।  ଯାହାର ବଜାର ମୂଲ୍ୟ ୭୪ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ। ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ମଧ୍ୟ ଅପରାଧିକ ମାମଲା ରହିଛି। ଏହାକୁ ତଦନ୍ତ କରି ମୁଖ୍ୟ ଖିଅ ଖୋଜୁଛି ଅବକାରୀ ବିଭାଗ। ବାଲେଶ୍ୱର ଓ ଭଦ୍ରକରୁ ଭୁବନେଶ୍ୱର ଆସୁଥିଲା ବ୍ରାଉନ୍ ସୁଗାର। ମଞ୍ଚେଶ୍ୱର ଓ ହାଇଟେକ୍ ଛକ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ।

ଅଭିଯୁକ୍ତଙ୍କଠାରୁ ମୋଟ ୭୫୮ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ ହୋଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୀପୁନ ଦାସଙ୍କଠାରୁ ୨୭୦ ଗ୍ରାମ୍, ବଳରାମ ରାଉଳଙ୍କଠାରୁ ୨୮୩ ଗ୍ରାମ୍ ଏବଂ ବବୁଲ ବାରିକଙ୍କଠାରୁ ୨୦୫ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ ହୋଇଛି। ଏହା ସହ ଗୋଟିଏ ଦାମୀ ରେସିଙ୍ଗ ବାଇକ୍ ମଧ୍ୟ ଜବତ କରିଛି ଅବକାରୀ ବିଭାଗ । କଲେଜ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ଟାର୍ଗେଟ୍ କରି ନିଶା କାରବାର ଚାଲିଥିବା ସୂଚନା ।

Spread the love

Leave a Reply

Your email address will not be published. Required fields are marked *