ନଗଡ଼ା ଘାଟିରେ ଆର୍ଟ ଅଫ୍ ଗିଭିଂ : ଦୁଇ ଶହ ଆଦିବାସୀ ପରିବାରକୁ ଶୁଖିଲା ଖାଦ୍ୟ ଓ ପୋଷାକ ବଣ୍ଟନ
ଡ. ଅଚ୍ୟୁତ ସାମନ୍ତଙ୍କ ଦାର୍ଶନିକ ଚିନ୍ତାଧାରା ଆର୍ଟ ଅଫ ଗିଭିଂର ୧୩ତମ ସଂସ୍କରଣ ହେଉଛି ‘ଶେୟାର ଟୁ ଶାଇନ’ । ଏହି ଅବସରରେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଚିଙ୍ଗୁଡ଼ିପାଳ ପଞ୍ଚାୟତରେ ଏହି ଦିବସ ପାଳନ କରାଯାଇଛି ।…
ଉପର ନଗଡା, ମଝି ନଗଡ଼ା, ତଳ ନଗଡ଼ା ଏବଂ ତଳଡିହି, ତୁମୁଣୀ ଅଞ୍ଚଳରେ ପ୍ରାୟ ଦୁଇଶହରୁ ଅଧିକ ଅଭାବୀ ପରିବାର ଓ ଛୋଟ ଛୁଆମାନଙ୍କ ମୁଁହରେ ଟିକେ ହସ ଫୁଟେଇବା ଓ କିଛିଟା ଖୁସି ବାଣ୍ଟି ଥିଲେ କିଟ୍ ସଦସ୍ୟମାନେ । ପ୍ରାୟ ୧୦ କିଲୋମିଟର ଘାଟିରାସ୍ତା ଦେଇ ସେମାନେ ଶିଖରରେ ପହଞ୍ଚିଥିଲେ । ସେଠାରେ ବସବାସ କରୁଥିବା ଜୁଆଙ୍ଗ ଆଦିବାସୀ ସାମ୍ପ୍ରଦାୟର ଲୋକମାନଙ୍କ ସହ ମିଶିଥିଲେ । ପ୍ରାୟ ୨୦୦ ପରିବାରର ସଦସ୍ୟଙ୍କ ପାଇଁ ଚୁଡା, ଚିନି, ମିଲମେକର ବଡ଼ି, ବିସ୍କୁଟ, ଗ୍ଲୁକୋଜ, କେକ ଏବଂ ଡ୍ରେସ ଓ ଚପଲ ଆଦି ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ କିଟ୍ ସଦସ୍ୟ ଦିଲ୍ଲୀପ କୁମାର ସ୍ୱାଇଁ, ବିକାଶ ବଳବନ୍ତରାୟ, କାଳନ୍ଦୀ ଦାସ, ଜ୍ୟୋତି ରଞ୍ଜନ ସାହୁ , ଅମୀର କୁମାର ସ୍ୱାଇଁ, ଜିତେନ୍ଦ୍ର ରାଉତ, ସିଦ୍ଧାର୍ଥ ପାତ୍ର, ଦିଲ୍ଲୀପ ଦାସ, ସମ୍ବିତ ଘଡେଇ, ଗଗନ ପାଇଟଲ ପ୍ରମୁଖ ଯୋଗ ଦେଇ ଥିଲେ । କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଏଭଳି ଅଭିନବ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ ସମସ୍ତେ ।
