ନେରେଡ଼ି ବିବାଦକୁ ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ, ଆଲୋଚନାରେ ହେବ ସମାଧାନ

ନେରେଡ଼ି ବିବାଦକୁ ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ । ଆନ୍ଧ୍ରପ୍ରଦେଶର ନେରେଡ଼ି ପ୍ରକଳ୍ପକୁ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରଖିଛନ୍ତି ପ୍ରତିକ୍ରିୟା । କହିଛନ୍ତି, ଆନ୍ଧ୍ର ସରକାର ସହ ଆଲୋଚନା ମାଧ୍ୟମରେ ହେବ ବିବାଦର ସମାଧାନ । ଏଥିପାଇଁ ସ୍ବତନ୍ତ୍ର କମିଟି ଗଠନ କରି ଆଲୋଚନା କରାଯିବ । ବଂଶଧାରା, କୋଟିଆ, ପୋଲାଭରମ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ବି ଆଲୋଚନା ମାଧ୍ୟମରେ ସମାଧାନ ହେବ ।ମହାନଦୀକୁ ନେଇ ଛତିଶଗଡ଼ ସହ ସକାରତ୍ମକ ଆଲୋଚନା ଚାଲିଛି । ମୋହନା ଗସ୍ତ ବେଳେ ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

Spread the love